କନକ ବ୍ୟୁରୋ: ମଦ ପିଇ ରାସ୍ତାରେ ଗଡିଲେ ସାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଂଚାୟତ ହାତୀଖୁଲିଆ ଗ୍ରାମରେ । ଉକ୍ତ ଗ୍ରାମର ହାତୀଖୁଲିଆ ୟୁଜିୟୁପି ସ୍କୁଲ ଚାରି ଜଣ ଶିକ୍ଷକ ପ୍ରତିଦିନ ମଦ୍ୟପାନ କରି ଶିକ୍ଷାଦାନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାପରେ ଗ୍ରାମବାସୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଔପଦା ସହଶିକ୍ଷା ଅଧିକାରୀ ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ଖାଳପାଳିଆଙ୍କୁ ବରଖାସ୍ତ କରିଥିଲେ ।
ଅନ୍ୟ ତିନି ଶିକ୍ଷକ ଭାସ୍କର ଚନ୍ଦ୍ର ସେଠୀ, ଶଙ୍କର୍ଷଣ ସିଂ, କମଳାକାନ୍ତ ଜେନାଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇନଥିଲା । ହେଲେ ଗୁରୁବାର ଉକ୍ତ ତିନ ଜଣଙ୍କ ମଧ୍ୟରୁ ଶିକ୍ଷକ ଭାଷ୍କର ଚନ୍ଦ୍ର ସେଠୀ ସ୍କୁଲକୁ ଆସୁଥିବା ସମୟରେ ମଦ୍ୟପାନ କରି ନିଶାଗ୍ରସ୍ଥ ଅବସ୍ଥାରେ ରାସ୍ତା ଶୋଇଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଆପତି ଉଠାଇଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/sir.jpg)