ଭୁବନେଶ୍ୱର କଳ୍ପନା ଛକ ପେଟ୍ରୋଲ ପମ୍ପରେ ବୁଲିଲା ମାରଣାସ୍ତ୍ର: ତେଲ ପକାଇବାକୁ ନେଇ କର୍ମଚାରୀଙ୍କ ସହ ବଚସା

177

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରେ ବୁଲିଲା ଫାର୍ସା । ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି କିଛି ଯୁବକ । ପେଟ୍ରୋଲ ପକାଇବାକୁ ନେଇ କର୍ମଚାରୀଙ୍କ ସହ ବଚସା ହୋଇଥିଲା । ଏହାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା । ୩ ଜଣ ଯୁବକ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଆକ୍ରମଣରେ ପେଟ୍ରୋଲ ପମ୍ପର ୩ ଜଣ କର୍ମଚାରୀ, ଜଣେ ଗ୍ରାହକ ଆହତ ହୋଇଥିବା ବେଳେ ସେମାନଙ୍କୁ କ୍ୟାପିଟାଲ୍ ହସପିଟାଲ୍ରେ ଭର୍ତି କରାଯାଇଛି । ଦୀର୍ଘ ସମୟ ଧରି ଆତଙ୍କରାଜ ଚଳାଇଥିଲେ ଅଭିଯୁକ୍ତ । ଆକ୍ରମଣକାରୀଙ୍କୁ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକ କାବୁ କରିବା ପରେ ପୁଲିସର ଜିମା ଦେଇଛନ୍ତି । ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ପୂରା ଘଟଣା । ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ଗଣ୍ଡଗୋଳ ପରେ ସେହି ପେଟ୍ରୋଲ ଟାଙ୍କିକୁ ବନ୍ଦ କରିଦିଆଯାଇଛି ।