ନାଲକୋନଗର ଅଂଚଳରେ ନିଶାସକ୍ତ ନାଲକୋ ଅଫିସରଙ୍କ ଉନ୍ମତ୍ତକାଣ୍ଡ : ମଦ ପିଇ ହୋଟେଲରେ ହେଲେ ମାତାଲ; ଦୁଇଜଣଙ୍କୁ ଆକ୍ରମଣ,ସିଟିଟିଭିରେ କଏଦ ହେଲା ଦୃଶ୍ୟ 

226

କନକ ବ୍ୟୁରୋ : ନାଲକୋ ନଗର ଅଂଚଳରେ ନିଶାଶକ୍ତ ୩ ନାଲକୋ ଅଫିସରଙ୍କ ଉନ୍ମତ୍ତକାଣ୍ଡ । ହୋଟେଲରେ ହେଲେ ମାତାଲ । ଆଉ ଗୋଡାଇ ଗୋଡାଇ ପିଟିଲେ ।

ନାଲକୋନଗର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ କଡରେ ଥିବା ହୋଟେଲରେ ଦୁଇ ସାଙ୍ଗ ସହ ମାତାଲ ଅବସ୍ଥାରେ ଏହି ନାଲେକୋ ଅଫିସରଙ୍କ କଥାକଟାକଟି ପରେ ବଚସା ହୋଇଥିଲା । ପରେ ୩ ନାଲକୋ ଅଫିସର ସଂପୃକ୍ତ ଦୁଇ ସାଙ୍ଗକୁ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣ ଘଟଣା ହୋଟେଲର ସିସିଟଭିର କଏଦ ହୋଇଛି । ଆକ୍ରମଣରେ ଶିକାର ହୋଇ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏ ନେଇ ନାଲକୋ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଉଭୟ କର୍ତ୍ତୃପକ୍ଷଙ୍କୁ ଡାକିଛନ୍ତି ।