ବଲିଉଡ୍ର ଜଣାଶୁଣା ଡ଼ିଜାଇନର୍ ମନୀଷ୍ ମାଲ୍ହୋତ୍ରାଙ୍କ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ ତାଙ୍କର ଖାସ୍ ଦୋସ୍ତ ଫିଲ ନିର୍ମାତା କରନ୍ ଜୋହର । ଏହି ପାର୍ଟିରେ ଯୋଗ ଦେଇଥିଲେ ବଲିଉଡ୍ର ନାମିଦାମୀ ତାରକା । ସେମାନଙ୍କ ଭିତରେ ଥିଲେ ସଲମାନ୍ ଖାନ୍ଙ୍କ ଭାବି ମଲାଇକା ଅରୋରା ଖାନ୍ ।
ତେବେ ଏହି ପାର୍ଟିରେ ମଲାଇକା ଏମିତି କାଣ୍ଡ କରିଥିଲେ ଯାହାକି ସେଠାରେ ଉପସ୍ଥିତ ଥିବା ଦେଖଣାହାରୀଙ୍କୁ ଚମକାଇ ଦେଇଥିଲା । ଅର୍ବାଜ୍ ଖାନ୍ଙ୍କଠାରୁ ଅଲଗା ହେବା ପରେ ଏକୁଟିଆ ନିଜର ଜୀବନକୁ ଉପଭୋଗ କରୁଛନ୍ତି ମଲାଇକା । ଏହି ସମ୍ବନ୍ଧିତ ଏକ ରିପୋର୍ଟ "ଅମର ଉଜାଲା'ରେ ପ୍ରକାଶିତ ହୋଇଛି ।
ଖବରକାଗଜ ରିପୋର୍ଟ ଅନୁଯାୟୀ ମନୀଷଙ୍କ ଜନ୍ମଦିନ ପାର୍ଟିରେ ମଲାଇକା ଅଧିକ ମଦ ପିଇବା ଫଳରେ ନିଶାରେ ଟଳମଳ ହୋଇଥିଲେ । ଏହା ଦେଖି ସେଠାରେ ଥିବା ନାୟିକା ସୋନମ କପୁର ନିଜକୁ ସମ୍ଭାଳି ନପାରି ମଲାଇକାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସୋନମ ।
ମଲାଇକାଙ୍କୁ ନିଶାରେ ଟଳମଳ ହୋଇ ପଡ଼ିଯାଉଥିବାର ଦେଖି ତାଙ୍କୁ ଧରି ନେବାକୁ ହାତ ବଢ଼ାଇଥିଲେ ସୋନମ ହେଲେ ସୋନମଙ୍କ ହାତ ବଢାଇବା ଦେଖି ଖୁବ୍ ଜୋରରେ ରାଗି ଯାଇଥିଲେ ମଲାଇକା କହିଥିଲେ, ‘ମୁଁ ମୋ ନିଜକୁ ସମ୍ଭାଳି ପାରିବି, ମୋତେ କାହାର ସାହାଯ୍ୟ ଲୋଡ଼ା ନାହିଁ ।’
ତେବେ ମଲାଇକାଙ୍କ ମୁହଁରୁୁ ଏମିତି କଥା ଶୁଣିଲା ପରେ ସୋନମ ତାଙ୍କ ପାଖରୁ ଦୂରେଇ ଯାଇଥିଲେ ଏବଂ ପରେ ପରେ କରଣ ଏବଂ ମନୀଷ୍ ମଲାଇକାଙ୍କ ପାଖକୁ ଆସି ତାଙ୍କୁ ସେଠାରୁ ନେଇ ଯାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/malaika-sonam_1481191479.jpeg)