ମଦ୍ୟପ ଯୁବତୀଙ୍କ ହଙ୍ଗାମା : ରାତି ଅଧରେ ପୋଲିସକୁ କଲେ ନାକେଦମ; ରାସ୍ତାରେ ଭାଙ୍ଗିଲେ ମଦ ବୋତଲ

185

କନକ ବ୍ୟୁରୋ : ରାତି ଅଧରେ ମଦ୍ୟପ ଯୁବତୀଙ୍କ ହଙ୍ଗାମା । ଭୁବନେଶ୍ୱର କଳ୍ପନା ଛକ ନିକଟରେ ଏଭଳି ଘଟଣା ଘଟିଛି । ପୋଲିସକୁ ମଧ୍ୟ ନାକେଦମ୍ କରିଥିବା ଜଣାପଡ଼ିଛି । ଯୁବତୀ ଜଣକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ରାସ୍ତାରେ ମଦ ବୋତଲ ଭାଙ୍ଗିଥିଲେ । ଯୁବତୀଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ଜଣାପଡ଼ିଛି । ଯୁବତୀ ଜଣକ ଆଇଟି କମ୍ପାନୀରେ ଚାକିରୀ କରିଛନ୍ତି ।