ଡାକ୍ତରଖାନାରେ ମାତାଲ ଡାକ୍ତର। ନିଶା ସେବନ କରି ଟଳମଳ ହେଉଛନ୍ତି ଶିଶୁ ରୋଗ ବିଶେଷଜ୍ଞ ସୁଜିତ୍ କୁମାର ଟୁଡୁ।

Advertisment
ଡାକ୍ତରଖାନାରେ ମାତାଲ ଡାକ୍ତର। ନିଶା ସେବନ କରି ଟଳମଳ ହେଉଛନ୍ତି ଶିଶୁ ରୋଗ ବିଶେଷଜ୍ଞ ସୁଜିତ୍ କୁମାର ଟୁଡୁ।

କନକ ବ୍ୟୁରୋ: ଡାକ୍ତରଖାନାରେ ମାତାଲ ଡାକ୍ତର । ନିଶାଶକ୍ତ ଅବସ୍ଥାରେ ଡାକ୍ତର କରୁଛନ୍ତି ରୋଗୀ ସେବା । ଡାକ୍ତରବାବୁ ଏତେ ମାତ୍ରାରେ ନିଶା ସେବନ କରିଛନ୍ତି ଯେ ଟଳମଳ ହେଉଛନ୍ତି । ନିଜ ଚେୟାରରେ ଭଲ ଭାବରେ ବସି ପାରୁନାହାନ୍ତି । ସେ ପୁଣି ଏହି ଅବସ୍ଥାରେ ରୋଗୀ ସେବା କରିବେ । ଡାକ୍ତର ବାବୁ ନିଶାରେ ଚୁର୍ ଥିବା ବେଳେ ଇଂଜେକସନ୍ ପ୍ରସ୍ତୁତ କରୁଛନ୍ତି ଡାକ୍ତରଖାନାରେ ଥିବା ସିକ୍ୟୁରିଟିଗାର୍ଡ ।

ମୟୂରଭଂଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ସୁଜିତ୍ କୁମାର ଟୁଡୁ । ଡାକ୍ତର ବାବୁଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ପାଖକୁ ଚିକିତ୍ସା କରାଇବା ପାଇଁ ପିଲାଙ୍କୁ ଆଣିବାକୁ ଭୟ କରିବେ ବାପା-ମାଆ । ଡାକ୍ତରଖାନକୁ ଆସୁଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଡାକ୍ତର ଜଣଙ୍କ ଡ୍ୟୁଟି ସମୟରେ ନିଶା ସେବନ କରିଥାନ୍ତି । ନିଜେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ରୋଗୀଙ୍କୁ ଇଂଜେକସନ୍ ଦେବାକୁ ମଧ୍ୟ ପଛାଇ ନଥାନ୍ତି । ନିଜେ ନିଶାରେ ଟଳମଳ ହେଉଥିବା ବେଳେ ସିକ୍ୟୁରିଟିଗାର୍ଡ ସହଯୋଗରେ ଇଂଜେକସନ୍ ଦେବାର ବନ୍ଦୋବସ୍ତ କରୁଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡାକ୍ତରଙ୍କ ଏ ଅବସ୍ଥା ଗୋଟିଏ ଦିନର ନୁହେଁ ଅନେକ ସମୟରେ ଦେଖିବାକୁ ମିଳେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe