କନକ ବ୍ୟୁରୋ: ଡାକ୍ତରଖାନାରେ ମାତାଲ ଡାକ୍ତର । ନିଶାଶକ୍ତ ଅବସ୍ଥାରେ ଡାକ୍ତର କରୁଛନ୍ତି ରୋଗୀ ସେବା । ଡାକ୍ତରବାବୁ ଏତେ ମାତ୍ରାରେ ନିଶା ସେବନ କରିଛନ୍ତି ଯେ ଟଳମଳ ହେଉଛନ୍ତି । ନିଜ ଚେୟାରରେ ଭଲ ଭାବରେ ବସି ପାରୁନାହାନ୍ତି । ସେ ପୁଣି ଏହି ଅବସ୍ଥାରେ ରୋଗୀ ସେବା କରିବେ । ଡାକ୍ତର ବାବୁ ନିଶାରେ ଚୁର୍ ଥିବା ବେଳେ ଇଂଜେକସନ୍ ପ୍ରସ୍ତୁତ କରୁଛନ୍ତି ଡାକ୍ତରଖାନାରେ ଥିବା ସିକ୍ୟୁରିଟିଗାର୍ଡ ।

Advertisment

ମୟୂରଭଂଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ସୁଜିତ୍ କୁମାର ଟୁଡୁ । ଡାକ୍ତର ବାବୁଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ପାଖକୁ ଚିକିତ୍ସା କରାଇବା ପାଇଁ ପିଲାଙ୍କୁ ଆଣିବାକୁ ଭୟ କରିବେ ବାପା-ମାଆ । ଡାକ୍ତରଖାନକୁ ଆସୁଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଡାକ୍ତର ଜଣଙ୍କ ଡ୍ୟୁଟି ସମୟରେ ନିଶା ସେବନ କରିଥାନ୍ତି । ନିଜେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ରୋଗୀଙ୍କୁ ଇଂଜେକସନ୍ ଦେବାକୁ ମଧ୍ୟ ପଛାଇ ନଥାନ୍ତି । ନିଜେ ନିଶାରେ ଟଳମଳ ହେଉଥିବା ବେଳେ ସିକ୍ୟୁରିଟିଗାର୍ଡ ସହଯୋଗରେ ଇଂଜେକସନ୍ ଦେବାର ବନ୍ଦୋବସ୍ତ କରୁଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡାକ୍ତରଙ୍କ ଏ ଅବସ୍ଥା ଗୋଟିଏ ଦିନର ନୁହେଁ ଅନେକ ସମୟରେ ଦେଖିବାକୁ ମିଳେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।