କନକ ବ୍ୟୁରୋ: କେରଳର କୋଚି ଉପକୂଳରେ ଧରାପଡ଼ିଛି ହଜାରେ କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ । ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ୬ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି । ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଏନସିବି ଓ ଭାରତୀୟ ନୌସେନାର ମିଳିତ କାର୍ଯ୍ୟାନୁଷ୍ଠାନ ବେଳେ ଏହି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି । ପ୍ରାୟ ୨ ଶହ କିଲୋଗ୍ରାମ ହେରୋଇନ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୨ ଶହ କୋଟି ଟଙ୍କା ।
ଗୋଟିଏ ବୋଟରେ ଏହି ନିଶା ଦ୍ରବ୍ୟକୁ ପ୍ୟାକ କରାଯାଇ ଲୁଚାଇ ରଖାଯାଇଥିଲା । ଏହି ନିଶା ଦ୍ରବ୍ୟ ପ୍ରଥମେ ପାକିସ୍ତାନରୁ ଇରାନ ଓ ସେଠାରୁ ଭାରତ ଅଣାଯାଉଥିବାର ସନ୍ଦେହ କରାଯାଉଛି । ଏନସିବି ଓ ନୌସେନା ଅଧିକାରୀମାନେ ସନ୍ଦିଗ୍ଧ ବୋଟ ଠାବ କରିବା ପରେ ଏହାର ପିଛା କରିଥିଲେ । ଏହାକୁ ଦେଖି ଗିରଫ ୬ ଇରାନ ନାଗରିକ ନିଶା ପ୍ୟାକେଟ ସବୁ ପାଣି ଭିତରକୁ ଫିଙ୍ଗିଦେବାକୁ ଚେଷ୍ଟା କରିଥିଲେ । ହେଲେ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/3-9.jpg)