ଦିଲ୍ଲୀରୁ ୧୦ କୋଟି ଟଙ୍କାର ଡ୍ରଗ୍ସ ଜବତ୍ । ରେବ୍ ପାର୍ଟିରେ ହୋଇଥା’ନ୍ତା ବ୍ୟବହାର । ନାଇଜେରିଆ ନାଗରିକ ଗିରଫ୍

144

କନକ ବ୍ୟୁରୋ : ଡ୍ରଗ୍ସ ଜବତ୍ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ଦିଲ୍ଲୀ ରେଲୱେ ପୋଲିସ ନିଶା କାରବାରର ଏକ ବଡ ବେପାରୀକୁ ଗିରଫ୍ କରିଛି । ପୋଲିସ ଏହି ମାମଲାରେ ଜଣେ ନାଇଜେରିଆ ନାଗରିକ ଓ ତାଙ୍କ ମହିଳାବନ୍ଧୁଙ୍କୁ ହେପାଜତକୁ ନେଇଛି । ସୂଚନା ମୁତାବକ ୧୦୫ କିଲୋଗ୍ରାମ ଡ୍ରଗ୍ସ ଜବତ୍ କରିଛି ପୋଲିସ । ଆନ୍ତର୍ଜାତୀୟ ବଜାରରେ ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ୍ ହୋଇଥିବା ନାଇଜେରିଆ ନାଗରିକ ଜଣଙ୍କ ହେଉଛନ୍ତି ଚୀମା ବିଟାଲିସ୍ ଓ ତାଙ୍କ ମହିଳା ବନ୍ଧୁଙ୍କ ନାମ ଶ୍ରୀମତୀ ବୋଲି ଜଣାପଡିଛି ।
ଏବେ ଦିଲ୍ଲୀରେ ଡ୍ରଗ୍ସ କାରବାର ବଢି ଚାଲିଛି । ନଭେମ୍ବର ୨୨ ତାରିଖରେ ଦିଲ୍ଲୀ, ଉତ୍ତରପ୍ରଦେଶ ରେ ହେରୋଇନ୍, କୋକିନ ଭଳି ମାରାତ୍ମକ ନିଶା କରାବାର କରୁଥିବା ଏକ ଆନ୍ତରାଷ୍ଟ୍ରୀୟ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ । ଯେଉଁଥିରେ ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ଏହି କାରବାରରେ କିଙ୍ଗପିନ୍ ସମେତ ୮ ଜଣଙ୍କୁ ଗିରଫ୍ କରିଥିଲା । ଏହା ସହ ସେମାନଙ୍କ ଠାରୁ ୮ କିଲୋଗ୍ରାମ ହେରୋଇନ୍,୪୫୫ ଗ୍ରାମ କୋକିନ୍ ଓ ୧.୧ କିଲୋଗ୍ରାମ ମାରିଜୁଏନ ଜବତ୍ କରିଥିଲା ।
ଏହି ମାମଲାକୁ ନେଇ ନାର୍କୋଟିକ୍ କଣ୍ଟ୍ରେଲ ବୋର୍ଡ କହିଛନ୍ତି କି ଭାରତରେ ରହୁଥିବା ଜଣେ ଆଫ୍ରିକା ନାଗରିକ ଏହି କାରବାରରେ କିଙ୍ଗପିନ୍ । ଯାହାକୁ ଗିରଫ୍ କରାଯାଇଛି । ତାଙ୍କ ଠାରୁ ୧.୭୫ କେ.ଜି ହେରୋଇନ୍ ବି ଜବତ କରାଯାଇଥିଲା । ସେତେବେଳେ ଯାଂଚ ବେଳେ କୁହାଯାଇଥିଲା କି ଏହି ସିଣ୍ଡିକେଟର ନିଶା କାରବାର ମଡେଲ ପୁରା ଭାରତରେ ତାର ଜାଲ ବିଛାଇ ରଖିଛି । ହେଲେ ଏବେ ଦିଲ୍ଲୀରୁ ଏତେ ପରିମାଣର ଡ୍ରଗ୍ସ ଜବତ ହେବା ପରେ ଏହି କାରବାରରେ ସଂପୃକ୍ତ ଏକ ବଡ ନିଶା ବେପାରୀ ଧରା ପଡିଛି ବୋଲି ଏନସିବି କହିଛି ।
କହିରଖୁ କି ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟ ଖୋଜିବାକୁ ଯାଇ ଏନସିବି ଏବେ ପୁରା ଦେଶରେ ତାର ଜାଲ ବିଛାଇଛି । କେତେବେଳେ ସିନେମା କଳାକାର ତ କେତେବେଳେ ଅଭ୍ୟାସଗତ ନିଶା ବେପାରୀ ଏନସିବି ଜାଲରେ ପଡୁଛନ୍ତି ।