ଯୁବତୀ ବିକୁଛନ୍ତି ଜହର ! ରାଜଧାନୀ ରାଜରାସ୍ତାରେ ବେଧଡକ ଚାଲିଛି ଡ୍ରଗ୍ସ କାରବାର

43

କନକ ବ୍ୟୁରୋ : ରାଜଧାନୀରେ ଖୁଲମ ଖୁଲ୍ଲା ଚାଲିଛି ଡ୍ରଗ୍ସ ରାକେଟ । ହାତରେ ଡ୍ରଗ୍ସ ପ୍ୟାକେଟ ଧରି ଜଣେ ଯୁବତୀ ଗ୍ରାହକଙ୍କ ସହ ମୁଲଚାଲ କରିବାର ଚିତ୍ର ସାମ୍ନାକୁ ଆସିବା ପରେ ଆଲୋଡନ ସୃଷ୍ଟି ହୋଇଛି ।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖରେ ଅର୍ଥାତ୍ ଶ୍ରୀ ଲିଙ୍ଗରାଜ ଥାନା ଠାରୁ ମାତ୍ର ୨୦ ମିଟର ଦୁରରେ ଡ୍ରଗସ କାରବାର ନେଇ ଅଭିଯୋଗ ଆସିଛି । ଅଟୋଷ୍ଟାଣ୍ଡ ନିକଟସ୍ଥ ବରଗଛ ପାଖରେ କିଛି ଅସାଧୁ ବ୍ୟକ୍ତି ଡ୍ରଗସ କାରବାର କରୁଥିବାର ଚିତ୍ର ଲାଗିଛି କନକ ନ୍ୟୁଜ ହାତରେ । ଅଭିଯୋଗ ଅନୁସାରେ, ୩ ଜଣ ବ୍ୟକ୍ତି ଓ ଜଣେ ଯୁବତୀ ଦୀର୍ଘ ଦିନ ଧରି ଏହି ବେଆଇନ ବ୍ୟବସାୟ କରି ଆସୁଛନ୍ତି । ଡ୍ରଗ୍ସକୁ ସିମକାର୍ଡ କୋର୍ଡ ୱାଡ ସ୍ଥାନରେ ଏବେ ପାଉଡର ନାଁରେ ବିକ୍ରି କରୁଛନ୍ତି ।

ତେବେ ବେଆଇନ ଭାବରେ ଅଭିଯୁକ୍ତ ମାନେ ବେଧଡକ ଏହି କାରବାର କରୁଥୁଲେ ହେଁ ଏହା ଉପରେ ଯେମିତି ରୋକ୍ ଲଗାଇବା ପାଇଁ କେହି ନାହାଁନ୍ତି । ୧୫୦ ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଏହି ପାଉଡରର ମୁଲ୍ୟ । ଏଇଠି କହି ରଖିବା ପାଇଁ ଚାହିଁବୁ ହଳଦିପଡିଆ ବସ୍ତିରେ ବ୍ରଉନସୁଗାର ବା ଡ୍ରଗ୍ସ କାରବାର ନେଇ କନକ ନ୍ୟୁଜରେ ଖବର ପ୍ରକାଶ ପାଇବା ପରେ, ବ୍ରାଉନସୁଗାର କାରବାର ବନ୍ଦ ହୋଇଯାଇଥିଲା । ତେବେ ହଳଦିପଡିଆ ପରେ, ଅଭିଯୁକ୍ତ ମାନେ ଏବେ ଲିଙ୍ଗରାଜଡଡ ମନ୍ଦିରକୁ ନିଜର ଆଡ୍ଡାସ୍ଥଳି ବନାଇଛନ୍ତି କହିଲେ ଭୁଲ ହେବ ନାହିଁ ।

ଦେଶର ଏକ ନମ୍ବର ସ୍ମାର୍ଟସିଟିରେ ବେଧଡକ ଚାଲିଛି ନିଶା କାରବାର । ରାସ୍ତା କଡରେ ବିକ୍ରି ହେଉଛି ଡ୍ରଗ୍ସ । କୋର୍ଡ ୱାର୍ଡ ବ୍ୟବହାର କରି କାରବାର କରୁଛନ୍ତି ଜଣେ ଯୁବତୀ । ନା ଭୟ ଅଛି ସ୍ଥାନୀୟ ଲୋକଙ୍କୁ ନା ପୁଲିସକୁ ।