ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲା : ଦୀପିକା ପାଦୁକୋନଙ୍କୁ ଆଜି ହୋଇପାରେ ସମନ୍

152

କନକ ବ୍ୟୁରୋ : ବଲିଉଡର ଟପ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଢିବାକୁ ଯାଉଛି ସମସ୍ୟା । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଆଜି ଦୀପିକାଙ୍କୁ ସମନ କରିପାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ବଲିଉଡ ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ୨୦୧୭ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟ୍ରେ ଦୀପିକା କୋକୋ ରେଷ୍ଟୁରାଂଟ କଥା ଉଠାଇଥିଲେ ।

ଗଞ୍ଜେଇ ନେଇ କୋକୋ ରେଷ୍ଟୁରାଂଟରେ ପହଂଚିବାକୁ କହିଥିଲେ ବୋଲି ଡ୍ରଗ୍ସ ଚାଟ୍ରୁ ଜଣାପଡୁଛି । ତେଣୁ ୨୦୧୭ରେ ଦୀପିକା କୋକୋ ରେଷ୍ଟୁରାଂଟକୁ ଯିବା ସମୟର କିଛି ଫଟୋ ଏବେ ସ।।ମ୍ନାକୁ ଆସିଛି । କୁହାଯାଉଛି ୨୦୧୭ ଅକ୍ଟୋବର ୨୮/୨୯ ରାତିର ଏହି ଫଟୋ । କୁହାଯାଉଛି ସଂଜୟ ଲୀଲା ଭନସାଲିଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ ପଦ୍ମାବତ ରିଲିଜ ସମୟର ଏହି ଫଟୋ । ଫିଲ୍ମ ହିଟ ହେଲେ ସକ୍ସେସ ପାର୍ଟି କରିଥାନ୍ତି ଫିଲ୍ମର କଳାକାର ।
ତେଣୁ ଅନୁମାନ କରାଯାଉଛି ପଦ୍ମାବତ ଫିଲ୍ମ ହିଟ ହେଲା ପରେ କୋକୋ ରେଷ୍ଟୁରାଂଟରେ ସକ୍ସେସ ପାର୍ଟି କରିଥାଇ ପାରନ୍ତି ଦୀପିକା ପାଦୁକୋନ । ଯେଉଁ ପାର୍ଟିରେ ନିଷିଦ୍ଧ ଗଞ୍ଜେଇ ଭଳି ଡ୍ରଗ୍ସ ସେବନ ପାଇଁ ସେ କରିଶ୍ମା ପ୍ରକାଶଙ୍କ ସହ ହ୍ୱାଟ୍ସଆପ ଚାଟରେ କଥା ହୋଇଛନ୍ତି । ଏହି ଚାଟ୍ ସାମ୍ନାକୁ ଆସିବା ପରେ ଏନସିବି ରାଡାରକୁ ଚାଲିଆସିଛନ୍ତି ଉଭୟ ଦୀପିକା ଓ ତାଙ୍କ ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶ ।