ଡ୍ରଗ୍ସ ଲଢେଇ : ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି ନବାବ । ୱାଙ୍ଖଡେଙ୍କ ଉପରେ ପୁଣି ପ୍ରହାର ।

123

କନକ ବ୍ୟୁରୋ: ‘ଡ୍ରଗ୍ସ ମାଫିଆଙ୍କ ସହ ହାତ ମିଳାଇ ଚାନ୍ଦା ଆଦାୟ କରୁଛନ୍ତି । ସେଇ ଅର୍ଥରେ ମଉଜ କରୁଛନ୍ତି । ବଲିଉଡକୁ ଅଯଥା ଡ୍ରଗ୍ସ ମାମଲାକୁ ଟାଣି କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ସେଥିରେ ୫୦ ହଜାର ଟଙ୍କିଆ ସାର୍ଟ, ୨ ଲକ୍ଷ ଟଙ୍କିଆ ଜୋତା ପିନ୍ଧୁଛନ୍ତି  । ଖାଲି ଏତିକି ନୁହେଁ ୧୫ କୋଟିର ପାର୍ଟି କରୁଛନ୍ତି ସମୀର ୱାଙ୍ଖଡେ’  । ଆୟୋଜିତ ଏକ ମାମ୍ବାଦିକ ସମ୍ମିଳନୀରେ  ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଏପରି ବାକ୍ୟବାଣରେ ପ୍ରହାର କରିଛନ୍ତି  ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ।

ପୁରୁଣା ହିସାବ କଷୁଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକ । ପୂର୍ବ ଘଟଣାକୁ ମନେପକାଇ ଯେମିତି ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି ନବାବ । ଆଗରୁ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରୁଥିବାବେଳେ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନବୀଶ ବି ତାଙ୍କ ଆକ୍ରୋଶରୁ ବାଦ୍ ପଡିନାହାଁନ୍ତି । ଦୁହିଁଙ୍କ ଉପରେ ବାକ୍ୟବାଣରେ ପ୍ରହାର କରୁଛନ୍ତି ନବାବ । ସୋମବାର ଫଡନବୀଶଙ୍କ ପତ୍ନୀଙ୍କ ଏକ ଫଟୋକୁ ଟ୍ୱିଟ କରି ତାଙ୍କର ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା କହିଥିବାବେଳେ ଆଗକୁ ଆହୁରି ଖୁଲାସା କରିବେ ବୋଲି ଚେତାବନୀ ଦେଇଥିଲେ । ଏବେ ପୁଣି ସମୀର ୱାଙ୍ଖଡେଙ୍କୁ ବାକ୍ୟବାଣରେ ଘାଇଲା କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କ ବିରୋଧରେ ଆଉ ଏକ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି ନବାବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବାବ କହିଛନ୍ତି ଯେ, ‘୨୦୨୦ରେ ୱାଙ୍ଖଡେ ଏନସିବି ଦାୟିତ୍ୱ ନେବା ପରେ ଏନସିବି ଏକ ଡ୍ରଗ୍ସ ମାମଲା ଦାଏର କରିଥିଲା । ଏଥିରେ ଆକ୍ଟ୍ରେସ୍ ସାରା ଅଲ୍ଲି ଖାନଙ୍କୁ ହାଜିର କରାଯାଇଥିଲା । ଖାଲି ତାଙ୍କୁ ନୁହେଁ ଶ୍ରଦ୍ଧା କପୁର, ଦୀପିକା ପାଦୁକୋଣ ବି ହାଜର ହୋଇଥିଲେ । କହିବାକୁ ଗଲେ ପୁରା ବଲିଉଡ ଇଣ୍ଡଷ୍ଟ୍ରିକୁ ଏହା ମାମଲା ଭିତରକୁ ଟାଣିଥିଲେ । ଆଜିଯାଏଁ ସେ କେସ୍ ବନ୍ଦ ହୋଇଛି ନା ଚାର୍ଜସିଟ୍ ହୋଇଛି । ଏଥିରେ ଏପରି କ’ଣ ଅଛି ଯେ ୧୪ ମାସ ଧରି କେସ୍ ବନ୍ଦ ହେବାର ନାଁ ନେଉନି । ପ୍ରକୃତ କଥା ହେଉଛି  । ଏହି ମାମଲା ଜରିଆରେ ବଲିଉଡରୁ ହଜାରେ କୋଟି ଟଙ୍କା ଆଦାୟ କରିଛନ୍ତି ସମୀର ଓା୍ୱଙ୍ଖଡେ । ସେହି ପଇସାରେ ମଉଜ କରୁଛନ୍ତି । ୫୦ ହଜାର ଟଙ୍କିଆ ସାର୍ଟ, ୨ ଲକ୍ଷ ଟଙ୍କିଆ ଜୋତା ପିନ୍ଧୁଛନ୍ତି  । ଖାଲି ଏତିକି ନୁହେଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାର୍ଟି କରୁଛନ୍ତି  । ଡ୍ରଗ୍ସ କେସର ଏହି ସାରା ଖେଳ ମାଲଦୀପରେ ହୋଇଛି ’ବୋଲି କଡା ଅଭିଯୋଗ ଆଣିଛନ୍ତି ନବାବ ମଲ୍ଲିକ ।

ଆହୁରି ମଧ୍ୟ କହିଛନ୍ତି ଯେ , ଡ୍ରଗ୍ସ ମାଫିଆଙ୍କ ସହ ଏନସିବିର ସମ୍ପୃକ୍ତି ନେଇ ଦୁଇଟି ଫଟୋ ଜାରି କରିଛୁ । କୋଟିଏ ମାଲଦୀପର ଆଉ ଏକ ଦୁବାଇର । ଏବେ ଏଥିରୁ ଖସିଯିବାକୁ ଚେଷ୍ଟା କରିବେ ୱାଙ୍ଖଡେ । ହେଲେ ଏନସିବିର ଭିଜିଲାନ୍ସ ଟିମ୍ ଏ ପୁରା ଘଟଣାର ଯାଞ୍ଚ କରୁ’ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ନବାବ  । ଏହା ପୂର୍ବରୁ ଏହି ଘଟଣା କ୍ରମରେ ଦେବେନ୍ଦ୍ର ଫଡନବୀଶଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଫଡ଼ନାବିସଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ରାଜ୍ୟରେ ନିଶା ବେପାର ବୃଦ୍ଧି ପାଇଥିଲା ବୋଲି ମଲିକ ଅଭିଯୋଗ କରିଥିଲେ । ହେଲେ ଫଡନବୀଶ ମଧ୍ୟ ଏହାର କଡା ଜବାବ ଦେଇଥିଲେ । ନବାବଙ୍କର ଅଣ୍ଡରୱାର୍ଲ୍ଡ ସହ ଘନିଷ୍ଠ ସମ୍ପର୍କ ଅଛି  । ଦୀପାବଳି ପରେ  ବୋମା ଫୁଟାଇବେ ବୋଲି କହିଥିଲେ ଫଡନବୀଶ ।