କନକ ବ୍ୟୁରୋ : ଖାଦ୍ୟ ଡେଲିଭରି ଦେଉଥିବା ସ୍ୱିଗି ଭଳି ଅନେକ ସଂସ୍ଥା ରହିଛି । କିନ୍ତୁ ଏହା ଜରିଆରେ ଯେ ଡ୍ରଗ୍ସ କାରବାର ହେଉଥିବ, ଏକଥା ବିଶ୍ୱାସ କରିବା କଷ୍ଟ । ହେଲେ ଏହା ସତ । ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଡ୍ରଗ୍ସ ପେଡଲର । ଖାଦ୍ୟ ଡେଲିଭରି ସଂସ୍ଥା ଜରିଆରେ ଏବେ ନିଷିଦ୍ଧ ନିଶାର କାରବାର ଚାଲିଛି । ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି

Advertisment

ଖାଦ୍ୟ ଡେଲିଭରି ଦେଉଥିବା ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରୁଛନ୍ତି ଯୁବପିଢ଼ି
ସହଜ ଓ ବିନା ସମସ୍ୟାରେ ମିଳିଯାଉଛି ଡ୍ରଗ୍ସ
କାରଣ ପ୍ୟାକେଟରେ କ’ଣ ଅଛି, ପଚାରିବାର ଅଧିକାର ସ୍ୱିଗି ଭଳି ସଂସ୍ଥାର ନାହିଁ
ସହରଠାରୁ ଆରମ୍ଭ କରି ଉପାନ୍ତ ଅଂଚଳରେ ବି ଅନଲାଇନରେ ମିଳିଯାଉଛି ଡ୍ରଗ୍ସ
ବାଇଟ୍ : ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିସନର

ନଜର ପକାନ୍ତୁ, ଗତ ୪ ବର୍ଷରେ ଓଡ଼ିଶାରେ କେତେ ପରିମାଣର ଗଂଜେଇ ଓ ବ୍ରାଉନସୁଗାର ଜବତ ହୋଇଛି । ୨୦୨୦ରୁ ୨୦୨୩ ମଧ୍ୟରେ ରାଜ୍ୟରେ ୬ ହଜାର ୫୪୨ କୁଇଂଟାଲ୍ ଗଂଜେଇ ଜବତ ହୋଇଛି । ଆଉ ଏହି ସମୟ ମଧ୍ୟରେ ୧୯୭ କିଲୋ ବ୍ରାଇନସୁଗାର ଜବତ ହୋଇଛି । ଚଳିତ ବର୍ଷ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ୧୯୪୭ କୁଇଂଟାଲ ଗଂଜେଇ ଜବତ କରାଯାଇଛି । ବ୍ରାଉନସୁଗାର କାରବାର ମଧ୍ୟ ବଢି ବଢ଼ି ଚାଲିଛି ।

ଡ୍ରଗ୍ସ କବଳରେ ଓଡ଼ିଶା
ବର୍ଷ ଗଂଜେଇ ବ୍ରାଉନସୁଗାର
୨୦୨୦ ୧୩୭୪ କ୍ୱିଣ୍ଟାଲ ୩୪.୦୩୨ କେଜି
୨୦୨୧ ୧୬୭୫ କ୍ୱିଣ୍ଟାଲ ୫୦ କେଜି
୨୦୨୨ ୧୫୪୬ କ୍ୱିଣ୍ଟାଲ ୭୬ କେଜି
୨୦୨୩ ୧୯୪୭ କ୍ୱିଣ୍ଟାଲ ୩୭ କେଜି

ପୁଲିସ, ଏସଟିଏଫ୍ ଓ ଅବକାରୀ ବିଭାଗ ବିଭିନ୍ନ ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ଡ୍ରଗ୍ସ ଜବତ କରୁଛନ୍ତି, ଅନେକ ଡ୍ରଗ୍ସ ପେଡଲର ମଧ୍ୟ ଗିରଫ ହୋଇଛନ୍ତି । ଫଳରେ ନୂଆ ନୂଆ ଉପାୟ ଆପଣାଉଛନ୍ତି ନିଶା ବ୍ୟବସାୟୀ । ସ୍ୱିଗି ଭଳି ଖାଦ୍ୟ ଡେଲିଭରି ସଂସ୍ଥା ଜରିଆରେ ଅବାଧରେ ଡ୍ରଗ୍ସ କାରବାର କରିବାରେ ସକ୍ଷମ ହେଉଛନ୍ତି । ନିଶାମୁକ୍ତ ଭାରତ ଅଭିଯାନ ପକ୍ଷରୁ ଅନେକ ପଦକ୍ଷେପ ହାତକୁ ନିଆଯାଇଛି ।
ନିଶା କାରବାର ରୋକିବା ପାଇଁ ସ୍ୱତନ୍ତ୍ର ସେଲ୍ ଗଠନ କରାଯିବ

ଏନଜିଓ ସହାୟତାରେ ସଚେତନତା ବୃଦ୍ଧି କରାଯିବ
ଫୋକସରେ ରହିଛି ଇଂଜିନିୟରିଂ କଲେଜ କ୍ୟାମ୍ପସ
ନିଶା ଉତ୍ପାଦନ ଓ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଆପଣାଯିବ ନୂଆ ରଣନୀତି