କନକ ବ୍ୟୁରୋ: କରୋନା ଯାଇନି , ଚାଷୀଙ୍କ ପାଇଁ ଦେଖାଦେଲାଣି ମରୁଡି ଆଶଙ୍କା । ରାଜ୍ୟର ୧୧ ଜିଲ୍ଲାରେ କମ୍ ବର୍ଷା ହେବାକୁ ନେଇ ଏପରି ଆଶଙ୍କାରେ ପଡିଲେଣି ଚାଷୀ । କରୋନା ମାଡ଼ ପରେ ଅଳ୍ପ ବର୍ଷା ଏବେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଯଦି ଏହିଭଳି ପରିସ୍ଥିତି ଜାରି ରହେ ଆଗାମୀ ଦିନରେ ମରୁଡି ପରିସ୍ଥିତି ସୃଷ୍ଟିିହେବାର ଆଶଙ୍କା ରହିଛି । ବାଲେଶ୍ୱର, ଢେଙ୍କାନାଳ,ଭଦ୍ରକ, ସୋନପୁର, ନୟାଗଡ, କଟକ, ଯାଜପୁର,ଖୋର୍ଦ୍ଧା,ଜଗତସିଂହପୁର ଜିଲ୍ଲା ଅଂଚଳରେ ଯେତିକି ବର୍ଷା ହେବା କଥା ଜୁନ ଆଉ ଜୁଲାଇ ୨୧ ସୁଦ୍ଧା ବର୍ଷାର ପରିମାଣର କମ୍ ରହିଛି । ସେହିପରି କେନ୍ଦ୍ରାପଡା ଓ ପୁରୀରେ ବି ସ୍ଥିତି ଗମ୍ଭୀର ରହିଛି ।
ବର୍ଷାର ପରିମାଣ ଏହି ଦୁଇ ଜିଲ୍ଲାରେ ବି ଅତି କମ ରହିଛି । ବର୍ତମାନ ଚାଷୀ ଚାଷ କରିବା ସମୟରେ କମ୍ ବର୍ଷାକୁ ନେଇ ଚାଷୀ ହତାଶ ହୋଇଗଲେଣି । ପାଣି ଅଭାବରୁ ତଳି ରୁଆ ହୋଇପାରୁନି । ଏସଆରସିଙ୍କ ପକ୍ଷରୁ କମ୍ ବର୍ଷା ନେଇ ସୂଚନା ଦିଆଯିବା ପରେ ଚିନ୍ତାରେ ପଡିଲେଣି ଚାଷୀ । ଏଥର ଖରାଦିନିଆ ଧାନ ଫସଲ ପ୍ରଭାବିତ ହୋଇଥିଲା କରୋନା ମାଡରେ । ଏବେ ପାଣି ନଥିବାରୁ ତଳି ରୁଆ ହୋଇପାରୁନି । ଜମି ଫାଟି ଆଁ କଲାଣି । ସରକାରଙ୍କ ସହାୟତାକୁ ଅପକ୍ଷୋ କରି ରହିଲେଣି ଚାଷୀ । ଯଦି ଏପରି କମ୍ ବର୍ଷା ସ୍ଥିତି ଜାରି ରହେ ଏହାର ସିଧାସଳଖ ପ୍ରଭାବ ପଡିବ ଚାଷ ଉପରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/79477a990758e971290e1bc959ffef04.jpg)