ଡ୍ରଗ୍ସ ନେଉଥିଲେ କି ଦୀପିକା ପାଦୁକୋନ ? ସାମ୍ନାକୁ ଆସିଲା ଡ୍ରଗ୍ସ ଚାଟର ପ୍ରମାଣ । ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମାଙ୍କ ସହ ଡ୍ରଗ୍ସ ସମ୍ପର୍କରେ ଚାଟ୍ କରୁଥିଲେ ଦୀପିକା ।

587

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସ କନେକ୍ସନରେ ସବୁଠାରୁ ବଡ ନାଁ ଭାବେ ସାମ୍ନାକୁ ଆସିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ । ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବଲିଉଡ୍ ଓ ଡ୍ରଗସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ସୂଚନା ଅନୁସାରେ କରିସ୍ମା ନାମକ ଜଣେ ଟ୍ୟାଲେଂଟ ମ୍ୟାନେଜର ସହ ଡ୍ରଗ୍ସ ବାବଦରେ ଚାଟ୍ କରିଥିଲେ ଦୀପିକା । କରିସ୍ମା ଓ ଦୀପିକା ଏହି ଚାଟରେ କ’ଣ କଥା ହୋଇଥିଲେ ସେସବୁ ଏବେ ଏନସିବି ହାତରେ ଲାଗିଛି । ଏହାପରେ ଜେରା ପାଇଁ ଦୀପିକାଙ୍କୁ ଯେକୌଣସି ସମୟରେ ସମନ କରିପାରେ ଏନସିବି ।

ବଲିଉଡ ସହ ଡ୍ରଗ୍ସ ଲିଙ୍କକୁ ନେଇ ଗତ ଗୋଟିଏ ମାସର ତଦନ୍ତ ଭିତରେ ମୋଟ ଉପରେ ଯେତିକି ଧମାକା ହୋଇନଥିଲା ମାତ୍ର ଗୋଟିଏ ଦିନରେ ତାଠୁ ବଡ ଧମାକା ସୃଷ୍ଟି ହୋଇଛି । ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର କନେକ୍ସନ ସୋମବାର ବଲିଉଡର ଏମିତି ପାୱାର ହାଉସ ପର୍ଯ୍ୟନ୍ତ ପହଞ୍ଚିଯାଇଛି, ଯେଉଁଥିରେ ବଲିଉଡକୁ ଲାଗିଛି ୧୧ ହଜାର ଭୋଲ୍ଟର ଝଟକା । ସୋମବାର ଡ୍ରଗ୍ସ କନେକ୍ସନରେ ସବୁଠାରୁ ବଡ ନା ଭାବେ ସାମନାକୁ ଆସିଛି ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନା ।

ଦୀପିକା ପାଦୁକୋନ । ଖୁବ୍ କମ୍ ଦିନ ଭିତରେ ବଲିଉଡରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦୀପିକା । ତାଙ୍କ ସମସାମୟିକ ବହୁ ଅଭିନେତ୍ରୀଙ୍କୁ ପଛରେ ପକାଇ ସୁପରଷ୍ଟାରର ମାନ୍ୟତା ମଧ୍ୟ ପାଇଛନ୍ତିି । ହେଲେ ଏବେ ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କର ଚେର ଖୋଜୁ ଖୋଜୁ ଦୀପିକାଙ୍କ ପାଖରେ ପହଞ୍ଚିଯାଇଛି ଏନସିବି । ସୂଚନା ଅନୁସାରେ କରିସ୍ମା ନାମକ ଜଣେ ଟ୍ୟାଲେଂଟ ମ୍ୟାନେଜର ସହ ୨୦୧୭ରେ ଡ୍ରଗ୍ସ ନେଇ ଚାଟ୍ କରିଥିଲେ ଦୀପିକା । କରିସ୍ମା ଓ ଦୀପିକା ଚାଟରେ କଣ କଥା ହୋଉଥିଲେ ସେସବୁ ଏବେ ଏନସିବି ହାତରେ ଲାଗିଛି । ନଜର ପକାନ୍ତୁ ହ୍ୱାଟ୍ସଆପରେ କଣ କଥା ହୋଇଥିଲେ ଦୀପିକା…

ଦୀପିକା ଓ କରିସ୍ମାଙ୍କ ଚାଟ
ଦୀପିକା : କରିସ୍ମାଙ୍କୁ ପଚାରିଥିଲେ ତୁମ ପାଖରେ ମାଲ ଅଛି କି?
କରସ୍ମା: ଉତରରେ ଦୀପିକାଙ୍କୁ କହିଥିଲେ ହଁ ଅଛି, କିନ୍ତୁ ଘରେ । ମୁଁ ବାନ୍ଦ୍ରାରେ ଅଛି..
ଯଦି ତୁମେ କହିବ ମୁଁ ଅମିତ ହାତରେ ପଠାଇ ଦେବି
ଦୀପିକା: ହଁ ! ପ୍ଲିଜ୍
କରିସ୍ମା: ଅମିତ୍ ପାଖରେ ଅଛି.. ସେ ନେଇକି ଯାଉଛି
ଦୀପିକା: ହୈସ ଅଛି ତ ?
କରିସ୍ମା: ନାଁ ! ଗଞ୍ଜେଇ

ଦୀପିକା ପାଦୁକୋନ ଏହି ଚାଟ ଯାହା ସହ କରିଛନ୍ତି ସେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବିର ତଦନ୍ତ ପରିସରରେ ଥିବା ଜୟା ଶାହାଙ୍କ ନିକଟତର ବୋଲି କୁହାଯାଉଛି । କରିସ୍ମା ଯେଉଁ ଟ୍ୟାଲେଂଟ କମ୍ପାନୀରେ କାର୍ଯ୍ୟ କରିଥାନ୍ତି ସେହି କମ୍ପାନୀରେ କାର୍ଯ୍ୟ କରିଥାନ୍ତି କରିସ୍ମା । ଡ୍ରଗ୍ସ ଲିଙ୍କ ନେଇ ଜୟାଙ୍କୁ ଏନସିବିର ତଦନ୍ତକାରୀ ଟିମ୍ ଏକାଧିକ ଥର ପଚରାଉଚରା କରିଛନ୍ତି ।

ଏହା ପୂର୍ବରୁ କରନ ଜୋହରଙ୍କ ଏକ ପାର୍ଟିରେ ନଜର ଆସିଥିଲେ ଦୀପିକା ପାଦୁକୋନ । ଏଥିରେ ସାହିଦ୍ କପୁର, ଅର୍ଜୁନ୍ କାପୁର, ଭିକି କୌଶଲ ଓ ମଲାଇକା ଆରୋରାଙ୍କ ସହ ପାର୍ଟିର ମଜା ନେଉଥିଲେ ଦୀପିକା । ଏହା ଏକ ଡ୍ରଗ୍ସ ପାର୍ଟି ଥିଲା ବୋଲି ଅଭିଯୋଗ ହୋଇଥିଲା ।

ରୂପେଲି ପରଦାରେ ଏଭଳି ଅଭିନୟ କରି ସମସ୍ତଙ୍କୁ ଚମକାଇ ଦେଉଥିଲେ ଦୀପିକା । ଆଉ ଏବେ ଯେତେବେଳେ ରିୟଲ ଲାଇଫରେ ସେ ଡ୍ରଗ୍ସ ଲିଙ୍କ ସହ ଯୋଡି ହୋଇଯାଇଛନ୍ତି ସେତେବେଳେ ଦୀପିକାଙ୍କୁ ଟୁଇଟ୍ କରି ଟାର୍ଗେଟ କରିଛନ୍ତି କଙ୍ଗନା ରନୌତ । ବଲିଉଡକୁ ଡ୍ରଗ୍ସ ଲିଙ୍କ ନେଇ କାଠଗଡାରେ ଠିଆ କରିଥିବା କଙ୍ଗନା ଦୀପିକାଙ୍କୁ କଟାକ୍ଷ କରି କହିଛନ୍ତି, ‘‘ମୁଁ ପୁଣି ଥରେ ଦୋହରାଉଛି, ଡ୍ରଗ୍ସ ଦୁରୂପଯୋଗ କରିବାର ଏହା ପରିଣାମ ଅଟେ । ଯେଉଁ ଉଚ୍ଚ ସମାଜର ଧନୀ ଷ୍ଟାର ଘରର ପିଲାମାନେ ଯେଉଁମାନଙ୍କୁ ଭଲ ସୁବିଧା ମିଳୁଥିବା ଦାବି କରାଯାଉଛି ଓ ଭଲ ଲାଳନପାଳ ହୋଇଥାଏ ସେମାନେ ତାଙ୍କ ମ୍ୟାନେଜରକୁ ପଚାରୁଛନ୍ତି ମାଲ ହୈ କ୍ୟା…’’

ବେଙ୍ଗାଲୁରରେ ଜନ୍ମିତ ଦୀପିକା ୨୦୦୬ରେ କନ୍ନଡ ଫିଲ୍ମ ଐଶ୍ୱର୍ୟାରେ ଡେବ୍ୟୁ କରିଥିଲେ । ତାପରେ ୨୦୦୭ରେ ଓମ ଶାନ୍ତି ଓମ୍ ଜରିଆରେ ଶାହାରୁଖ ଖାନଙ୍କ ସହ ବଲିଉଡରେ ଏଂଟ୍ରି କରିଥିଲେ । ଏହି ଫିଲ୍ମରେ ତାଙ୍କର ଦମଦାର ଅଭିନୟ ପାଇଁ ତାଙ୍କୁ ବେଷ୍ଟ ଡିବଟ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ତାପରେ କକଟେଲ, ବାଜିରାଓ ମସ୍ତାନି, ପଦ୍ମାବତ, ଛପକ ଭଳି ଏକାଧିକ ଦମଦାର ସିନେମା ବଲିଉଡକୁ ଭେଟି ଦେଇଥିଲେ । କେବଳ ବଲିଉଡ୍ ନୁହେଁ ହଲିଉଡରେ ମଧ୍ୟ ସେ ନିଜର କରିସ୍ମା ଦେଖାଇଛନ୍ତି । ହେଲେ ଦୀପିକାଙ୍କ ଡ୍ରଗ୍ସ ଲିଙ୍କ୍ ସାମନାକୁ ଆସିବା ପରେ ପୁରା ବଲିଉଡରେ ହଲଚଲ ସୃଷ୍ଟି ହୋଇଛି ।