ଔଷଧ ଦୋକାନୀଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେବାକୁ ଦାବି : ଦାବି କଲା ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ

ଦାବି ପୁରଣ ନକଲେ ରାଜ୍ୟରେ ପ୍ରାୟ ୨୦ହଜାର ଔଷଧ ଦୋକାନରେ ପଡ଼ିବ ତାଲା

708

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା କେମେଷ୍ଟ୍ରି ଏବଂ ଡ଼୍ରଗିଷ୍ଟ ଆସୋସିଏସନ୍ସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ସଂଘର ସଭାପତି ପ୍ରଗତି ମହାନ୍ତିଙ୍କ ସରକାରଙ୍କୁ ଚେତାବନୀ । ତୁରନ୍ତ ସରକାର କେମେଷ୍ଟ୍ରି ମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ଦିଅନ୍ତୁ । ଅଗ୍ରାଧିକାର ଭିତିରେ ଟିକାକରଣ କରାଯାଉ । ସେ କହିଛନ୍ତି ଗତବର୍ଷ ଆମର ପ୍ରାୟ ଶହେରୁ ଉର୍ଦ୍ଧ୍ବ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

ଲକଡ଼ାଉନ୍ ଓ ସଟଡ଼ାଉନ୍ ସମୟରେ ଔଷଧ ଦୋକାନୀ ମାନେ ତାଙ୍କ ସେବା ଯୋଗାଇବାରେ କୌଣସି ଅବହେଳା କରିନାହାନ୍ତି । ସଂକ୍ରମଣକୁ ଡ଼ରି କେବେ ପଛଘୁଂଚା ଦେଇନାହାଁନ୍ତି । ଗତବର୍ଷ ଠାରୁ କେମେଷ୍ଟ୍ରି ଏବଂ ଡ଼୍ରଗିଷ୍ଟ ଆସୋସିଏସନ୍ସ କୋଭିଡ଼ ଯୋଦ୍ଧାର ମାନ୍ୟତା ଦାବି କରିଥିଲେ ମଧ୍ୟ ସେମାନଙ୍କ ଦାବି ପୁରଣ ହୋଇନାହିଁ । ୭ରୁ ୧୫ ଦିନ ଭିତରେ ସରକାର ଦାବି ପୁରଣ ନକଲେ ରାଜ୍ୟରେ ପ୍ରାୟ ୨୦ହଜାର ଔଷଧ ଦୋକାନରେ ତାଲା ପଡ଼ିବ କହିଛି ସଂଘ ।