କନକ ବ୍ୟୁରୋ: ଭୁବନେଶ୍ୱର ଚକେଇସିଆଣୀ ଲକ୍ଷ୍ମୀ ନାରାୟଣ ମନ୍ଦିର ରାସ୍ତାରେ ନିଶାଡିଙ୍କ ଉତ୍ପାତ । ରାତି ଅଧରେ ନିଶା ଖାଇ ୯ ଟି ଦାମୀ ଗାଡିକୁ ଚୁନା କଲେ ୨ ନିଶାଡି । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଲୋକେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅନେକ ସମୟରେ ଅସାମାଜିକ ଯୁବକ ନିଶା ଖାଇ ରାତି ଅଧ ଯାଏଁ ହୋହାଲ୍ଲା କରିବା ସହ ପାଟି ତୁଣ୍ଡ କରନ୍ତି ଏବଂ ପୋଲିସର ପାଟ୍ରୋଲିଙ୍ଗ ଅଭାବ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।