ଜଳ ନେଲା ଜୀବନ: ପାଣିରେ ବୁଡି ୬ ମୃତ, ୨ ନିଖୋଜ

128

କନକ ବ୍ୟୁରୋ: ଜଳ ନେଉଛି ଜୀବନ । ବର୍ଷା, ବନ୍ୟା ପାଇଁ ସାରା ରାଜ୍ୟରେ ହାହାକାର ପଡିଥିବା ବେଳେ ଜଳବନ୍ଦୀ ପାଲଟିଛି ଜୀବନ । କେଉଁଠି ଜଳ ଜୀବିକା ଉଜାଡିଲାଣି ତ କେଉଁଠି ଜୀବନ ନେଲାଣି । ମାତ୍ର ଆଜି ଗୋଟିଏ ଦିନରେ ଜଳ ଦେଇଛି ଯାତନା । ଆଉ ଅକାରଣେ ନେଇଯାଇଛି ୬ଟି ଜୀବନ ।

ଜଳକୁ ନେଇ ସାରା ରାଜ୍ୟରୁ ଆସିଛି ଦୁଃଖଦ ଖବର । ଗୋଟିଏ ଦିନରେ ପାଣିରେ ବୁଡି ୬ ମୃତ, ୨ ନିଖୋଜ ଅଛନ୍ତି । ଅନୁଗୁଳରେ ପୋଖରୀରେ ବୁଡି ବାପପୁଅ ମୃତ । ଗାଧୋଇବା ବେଳେ ପୋଖରୀରେ ବୁଡି ବାପା-ପୁଅ ମୃତ । ବାପା କ୍ଷୀରୋଦ ଜେନା ଓ ଚାରି ବର୍ଷର ପୁଅ ମୃତ । ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସେହିପରି ପିପିଲି ଲୁଣା ନଦୀରେ ବୁଡିଯାଇ ଦୁଇଭାଇ ମୃତ । କୁଚିଣ୍ଡା ପଟାଟାଙ୍ଗର ଗାଁ ଖର୍ଲା ନଦୀରେ ଭାସିଯାଇ ଜଣେ ମୃତ । ନରସିଂହପୁର ଆତଣ୍ଡା ଗାଁ ପୋଖରୀରେ ବୁଡି ମହିଳା ମୃତ । ଆନନ୍ଦପୁରରେ କାଠ ଆଣିବାକୁ ଯାଇ ନଦୀରେ ଭାସିଗଲେ ୨ ଜଣ । ସେହିପରି ସତ୍ୟବାଦୀ ଭାର୍ଗବୀ ନଦୀରେ ଭାସିଗଲା ବେଳେ ଉଦ୍ଧାର ହେଲେ ମହିଳା ।