ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ ବିଜେଡି ମନ୍ତ୍ରୀ । ନାମାଙ୍କନ ପତ୍ରରେ ଦସ୍ତଖତ କରିବେ ଜଗନ୍ନାଥ ସାରକା ଓ ଟୁକୁନି ସାହୁ

821

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ପ୍ରସ୍ତାବକ ରହିବେ ବିଜେଡି ମନ୍ତ୍ରୀ । ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଆସନ୍ତାକାଲି ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ । ଏହି ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ ।

ଏଥିପାଇଁ ଦୁଇ ମନ୍ତ୍ରୀ ଆଜି ଦ୍ରୌପଦୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାଇଛନ୍ତି । ବିଜେଡି ମନ୍ତ୍ରୀ ପ୍ରସ୍ତାବକ ରହିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କ ସହ କଥା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଗତକାଲି ଅପିଲ୍ କରିଥିଲେ ନବୀନ ପଟ୍ଟାନାୟକ ।