କନକ ବ୍ୟୁରୋ : ସ୍ୱଳ୍ପ ବୃଷ୍ଟିପାତ ଉଜାଡ଼ି ଦେଇଛି ଧାନ ଚାଷ । ଗଞ୍ଜାମ ଜିଲ୍ଲା ଆସିକା, ଧରାକୋଟ ଓ ସେରଗଡ଼ର ଅନେକ ପଞ୍ଚାୟତରେ ଜମି ଫାଟି ଆଁ । ପୋଡ଼ିଗଲାଣି ଧାନ ଗଛ । ମରୁଡ଼ିରେ ଆଶଙ୍କାରେ ଚାଷୀ । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ହେକ୍ଟର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ଯେଉଁ ଜମିରେ ଲୋକେ ସାମାନ୍ୟ ବର୍ଷା ପରେ ପମ୍ପରେ ପାଣି ମଡାଇ ଧାନ ରୋଇ ଥିଲେ ତାହା ଫାଟି ଆଁ କରିଛି । ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବା ସମୟରେ ଯଥେଷ୍ଟ ପରିମାଣର ପାଣି ଅଭାବ ଫଳରେ ଅନେକ ଜମିର ଧାନ ଗଛ ପୋଡ଼ି ଯାଇଛି । ପୁଣି ଯେଉଁ କେତେକ ଜମିରେ ଧାନ ଗଛ ବଞ୍ଚିଛି ସେଥିରେ ଧାନ କେଣ୍ଡା ନାହିଁ । ତେଣୁ ଚାଷି ଚିନ୍ତାରେ ଚଳିତ ବର୍ଷ କଣ ଖାଇବେ ଆଉ ଚାଷ ପାଇଁ ଆଣିଥିବା ରୁଣ ଭାର ସୁଝିବେ କିପରି ।
ଆସିକା ବ୍ଲକର ୬ଟି ପଂଚାୟତ ଓ ଧରାକୋଟ ବ୍ଲକର ୯ଟି ପଞ୍ଚାୟତରେ ଜଳ ଅଭାବ ଫଳରେ ଧାନ ଜମି ଫାଟି ଆଁ କରିଛି । ରୁଆ ଯାଇଥିବା ଧାନ ଗଛ ସମ୍ପୁର୍ଣ ରୁପେ ପୋଡି ଯାଇଥିବା ବେଳେ ଚାଷି ମୁଣ୍ଡରେ ଚଡ଼କ ପଡ଼ିଛି । ଚଳିତ ବର୍ଷ କଣ ଖାଇବେ, କେମିତି ପରିବାର ଚଳିବ ଓ କିପରି ରୁଣ ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ବଡ଼ କଥା ହେଉଛି ଧରାକୋଟ ଓ ଆସିକା ବ୍ଲକର ଅଧିକାଂଶ ପଂଚାୟତରେ ଜଳ ସେଚନ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ସରକାର । ଚାଷ ଜମିକୁ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ହେଲେ ବିଭାଗିୟ ଅଧିକାରିଙ୍କ ଅବହେଳା ଓ ଅବ୍ୟବସ୍ଥା ଫଳରେ ତାହା ଚାଷିଙ୍କ କାମରେ ଆସୁନି । ଏହି ଭଳି ସ୍ଥିତିରେ ଧାନ ଫସଲ ପୋଡି ନଷ୍ଟ ହୋଇ ଯାଇଥିବା ପଞ୍ଚାୟତକୁ ମରୁଡି ଘୋଷଣା କରି ସରକାରି ସହାୟତା ଯୋଗାଇ ଦେବା ପାଇଁ ଚାଷି ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/11/Dry-spell-grips-Bihar.jpg)