କନକ ବ୍ୟୁରୋ : ମାଡି ଆସୁଛି ମରୁଡି । ମରୁଡି ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକ ଶେଷରେ ସୂଚନା ଦେଇ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ରାଜ୍ୟର ୯୮ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ବରଗଡ , ନୂଆପଡା ଓ ବଲାଙ୍ଗୀର ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି ।
ଏନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମଗାଯାଇଛି । ସେମାନେ ୨୨ ତାରିଖ ସୁଧା ରିପୋର୍ଟ ଦେବେ । ରିପୋର୍ଟ ଦେବା ପରେ ଆସନ୍ତା ୩୧ ତାରିଖରେ ମରୁଡି ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/drought2.jpg)