ବର୍ଷାର ଲୁଚକାଳି ଖେଳ, ଚାଷୀଙ୍କ ପାଇଁ ସାଜିଛି କାଳ । ପାଣି ଅଭାବରୁ ଜମି ଫାଟି ଆଁ...

Advertisment
ବର୍ଷାର ଲୁଚକାଳି ଖେଳ, ଚାଷୀଙ୍କ ପାଇଁ ସାଜିଛି କାଳ । ପାଣି ଅଭାବରୁ ଜମି ଫାଟି ଆଁ...

କନକ ବ୍ୟୁରୋ: ବର୍ଷାର ଲୁଚକାଳି ଖେଳ, ଚାଷୀଙ୍କ ପାଇଁ ସାଜିଛି କାଳ । ବର୍ଷ ଆରମ୍ଭରୁ ମରୁଡି ସ୍ଥିତି ଦେଖାଦେଇଥିଲା  ହେଲେ ପରେ ବର୍ଷା ହେବାରୁ ଚାଷୀ କିଛିଟା ଆଶ୍ୱସ୍ତି ଲାଭ ବି କରିଥିଲା । ହେଲେ ଏବେ ମୌସୁମୀ ଗଲା ପରେ ସ୍ଥିତି ସଂଗୀନ ହେବାକୁ ବସିଲାଣି ।

ସମ୍ବଲପୁର ଜିଲ୍ଲାର କିଛି ଅଂଚଳରେ ଆରମ୍ଭ ହେଲାଣି ମରୁଡିର ପଦଧ୍ୱନୀ । ଦୀର୍ଘଦିନ ହେବ ଜିଲ୍ଲାରେ ବର୍ଷା ଉଭାନ ହୋଇଥିବା ବେଳେ ଜମି ଫାଟି ଆଁ କରିଛି । କେନାଳର ତଳ ମୁଣ୍ଡର କିଛି ଜମିକୁ ପାଣି ଯାଉନଥିବାରୁ ସ୍ଥିତି ଭୟଙ୍କର ହେଲାଣି । ଏବେ ଯଦି ଜମିକୁ ପାଣି ନମିଳେ ତେବେ ସ୍ଥିତି ସାଂଘାତିକ ହେବା ସହ ଆଗକୁ ଅମଳ ପ୍ରଭାବିତ ହେବା ଚାଷୀ ଆଶଙ୍କା କରିଛନ୍ତି ।

ପମ୍ପ ଭଡା କରି ଚାଷୀ, ଚଳିତ ବର୍ଷର ଚାଷ କାମ ଆରମ୍ଭ କରିଥିଲେ । ଏବେ ପୁଣି ପାଣି ଲୋଡା ହେଉଛି । ହେଲେ ଏବେ ପୋଖରୀ କି ଗାଡିଆରେ ପାଣି ନାହିଁ । ବର୍ତ୍ତମାନ କିଛି ଜମିରେ ଧାନ ଅମଳ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଜମିରେ ଧାନ କ୍ଷୀର ଖାଉଛି । ତେଣୁ ପାଣିର ଆବଶ୍ୟକତା ରହିଛି । କିନ୍ତୁ ପାଣି ନଥିବାରୁ ଚାଷୀ ମରୁଡି ଘୋଷଣା କରିବାକୁ ଦାବି କରିଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe