କନକ ବ୍ୟୁରୋ : ଚାଷୀ ଙ୍କୁ ଦାଉ ସାଧିଲାଣି ଅଭାବୀ ବର୍ଷା । ଜମି ଫାଟି ଆଁ କଲାଣି । ବର୍ଷ ସାରା ପରିଶ୍ରମ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛି । ପରିବାର କିଭଳି ଚଳିବ ଆଉ ଋଣ କିଭଳି ସୁଝିବ ସେ ନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ । ବର୍ଷା ଦିନ ଆରମ୍ଭ ହୋଇଗଲାଣି । ଏନେଇ ସୁନ୍ଦରଗଡର ଚାଷୀ ମଧ୍ୟ ଚଳିତଥର ଅଧିକ ଲାଭ ପାଇବା ଆଶାରେ ଚାଷ କାର୍ୟ୍ୟକୁ ଦ୍ୱିଗୁଣିତ କରି ଉଚିତ ସମୟରେ ଚାଷ କାର୍ୟ୍ୟ ଆରମ୍ଭ କରିଦେଇଥିଲେ । ହେଲେ ଚାଷୀଙ୍କ ମୁହଁରେ ଖୁସି ରହିଲାନି । କାରଣ ଚଳିତ ଥର ସୁନ୍ଦରଗଡ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇନାହିଁ । ଆଉ ଏହି ଅଷାଢ ଯାଇ ଶ୍ରାବଣ ହୋଗଲାଣି । ହେଲେ ପାଣି ଅଭାବରୁ କେଉଁଠି ମାଟି ଫାଟି ଆଁ କଲାଣି ତ ଆଉ କେଉଁଠି ତଳି ଜଳିଗଲାଣି , ଆଉ ଯିଏ ତଳି ରୁଆ କରିଥିଲା ସେହି ଗଛ ଏବେ ପାଳ ହୋଇଗଲାଣି । ଆଉ କିଛି ଦିନ ଭତରେ ବର୍ଷା ନହୁଏ ତାହା ହେଲେ ମରୁଡି ସୁନିଶ୍ଚିତ ହୋଇଗଲାଣି । ଜଳ ଅଭାବରୁ ଚାଷ ସବୁ ନଷ୍ଟ ହୋଇଯାଇଛି । ଚାଷୀ କିଭଳି ଋଣ ସୁଝିବେ ପରିବାର କିଭଳି ଚଳାଇବେ ସେ ନେଇ ଏବେ ମୁଣ୍ଡରେ ପଡିଛି ଚଡକ ।
ବର୍ଷା ନହେବା ଯୋଗୁଁ ଚାଷ ଓ ଚାଷୀଙ୍କ ସ୍ଥିତି ସଙ୍ଗୀନ ରହିଛି । ଏହା ଉପରେ କୃଷି ବିଭାଗ ନଜର ରଖିଥିବା କହିଚନ୍ତି । ଚାଷୀ ମାନଙ୍କୁ ସଚେତନ କରିଛନ୍ତି ଧାନ ଛାଡି ଅଣଧାନ ଚାଷ ପାଇଁ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି । ତାସହିତ ସ୍ଥିତି ପରଖି କ୍ଷତିପୂରଣ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି ।
ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ସେମାନଙ୍କୁ ଏହିଭଳି ସ୍ଥିତିରେ ସାହାଯ୍ୟ ସହଯୋଗ କରାଯିବା ଜରୁରୀ ହୋଇଛି ।