ଜଳ ଅଭାବରୁ ଚାଷ ଜମି ଫାଟି ଆଁ । ଏକର ଏକର ଚାଷ ଜମି ପଡିଛି ଶୁଖିଲା, ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

99

କନକ ବ୍ୟୁରୋ : କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ । ପାଣି ଅଭାବରୁ ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ କରିଛି । ଯାହାଫଳରେ ଧାନ ଗଛ ସବୁ ପୋଡି ନଷ୍ଟ ହୋଇଗଲାଣି । ଏହି ଭଳିଦୃଶ୍ୟ ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ବହୁତ କମ୍ ବର୍ଷା ହୋଇଛି । ଯାହା ଫଳରେ ଜିଲ୍ଲାରେ ହଜାର ହଜାର ଏକର ଜମିର ଫସଲ ସବୁ ନଷ୍ଟ ହୋଇଛି । କିଛି ଜମି ଫାଟି ଆଁ କରିଥିବା ବେଳେ ୨୨ ଟି ବ୍ଲକରେ ଅଧାରୁ ଅଧିକ ଜମିକୁ ପାଣି ନମିଳିଥିବା ଯୋଗୁ ଫସଲ ସବୁ ପୋଡିଗଲାଣି । ଯେଉଁ କିଛି ବର୍ଷା ହୋଇଥିଲା ଚାଷୀ ଚାଷ କାମ ଆଗେଇ ନେଇଥିଲା । ହେଲେ ପୁଣି ଟାଣ ଖରା ଯୋଗୁ ଜମି ଫଟି ଶୁଷ୍କ ହୋଇଯାଇଛି । ଯାହାଫଳରେ ଧାନ ଗଛ ସବୁ ପାଚି ହଳଦିଆ ପଡିଗଲାଣି । ଆଉ କିଛି ସ୍ଥାନରେ କେଣ୍ଡା ସବୁ ପୋଡିବାରେ ଲାଗିଛି ।

ଚଳିତ ବର୍ଷ ଚାଷୀ ବହୁ ବିଳମ୍ବରେ ଚାଷ କରିଛନ୍ତି । କାରଣ ବହୁ ବିଳମ୍ବରେ ବର୍ଷା ହୋଇଥିଲା । ଚାଷି ବର୍ଷା ହେବା ପରେ ଚାଷ କାମ ଆରମ୍ଭ କରିଥିଲେ ହେଲେ ପୁଣି ଖରା ଯୋଗୁ ଜମି ଶୁଷ୍କ ହୋଇପଡିଛି । ଏପରିକି କିଛି ଡ଼୍ୟାମରେ ମଧ୍ୟ ଜଳ ସ୍ତର କମିଥିବାରୁ କେନାଲରେ ପାଣି ଆସୁନାହିଁ । ସେହିଭଳି କୁକୁଡ଼ାଖଣ୍ଡି ବ୍ଲକର ଅନ୍ତେଇ, ବାଲିପଡ଼ା ପଚାଂୟତରେ ବହୁ ଗ୍ରାମରେ ଶହ ଶହ ଏକର ଫସଲ ପୋଡ଼ି ନଷ୍ଟ ହୋଇଗଲାଣି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି ।

ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ଏବେ ଋଣ କିଭଳି ସୁଝିବ ସେ ନେଇ ଚିନ୍ତାରେ ପଡିଛି ।