ଧାନ କେଣ୍ଡା ଭରିବା ବେଳେ ବିଲରେ ଜଳାଭାବ । ଶୁଖିଲା ଜମିର ବିକଳ ଆଁ ଦେଖି ଚିନ୍ତାରେ ଚାଷୀ

94

କନକ ବ୍ୟୁରୋ : ଫାଟି ଆଁ କରିଛି ଧାନ ବିଲ । ଧାନ ଗର୍ଭ ଧରିବା ସମୟରେ ଧାନ ବିଲକୁ ଦେଖି ଚାଷୀର ଛାତି ଫାଟି ଯାଉଛି । ଅନାବୃଷ୍ଟି ଯୋଗୁଁ ଗଜପତି ଜିଲ୍ଲାରେ ମରୁଡି ମାଡିଆସୁଛି କହିଲେ ଚଳେ । ଅଭାବୀ ବର୍ଷା ସାଙ୍ଗକୁ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଛି । କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ କେନାଲ ଗୁଡିକ ନଷ୍ଟ ହୋଇଯାଇଛି । ଫଳରେ ପାଣି ଅଭାବରୁ ଧାନ ଚାଷ ସଂପୂର୍ଣ୍ଣ ବୁଡିଯିବାକୁ ବସିଛି । ଚାଷ ମରୁଡି ଆଡକୁ ମୁଁହାଁଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଅକ୍ଟୋବରର ଅଭାବୀ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ଧାନ ଫସଲ ସମ୍ପୁର୍ଣ୍ଣ ଜଳି ଯିବାକୁ ବସିଛି । ଅକ୍ଟୋବର ମାସରେ ୧୬୮ ଦଶମିକ ୫ ମିଲିମିଟ ବର୍ଷା ହେବା କଥା ହେଲେ ମାତ୍ର ୭ଦିିନରେ ୨୧ ଦଶମିକ ୨୬ ମିଲମିଟର ବର୍ଷା ରେକର୍ଡ ହୋଇଛି । ବର୍ଷା ଅଭାବରୁ ଧାନ କେଣ୍ଡା ଗର୍ଭ ଧରିବା ବଦଳରେ ଅଗାଡି ହୋଇଯାଉଛି । ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି । ଜିଲ୍ଲାରେ ଚାଷର ସ୍ଥିତିକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଉଦବେଗ ପ୍ରକାଶ କରିଛନ୍ତି । ବର୍ଷା ଅଭାବରୁ ସ୍ଥିତି ଉଦବେଗ ଜନକ ରହିଛି ।

ଗଜପତି ଜିଲରେ ମାଟ ୭୩୫ଟି ଉଠା ଜଳ ସେଚନ ପ୍ରକଳ୍ପ ରହିଛି । ସେଥିରୁ ଅନକ ଅଚଳ ହୋଇପଡିଛି । ତେଣୁ ଧାନ ଚାଷଏ ବର୍ଷ ବିଶେଷ ଭାବେ ପ୍ରଭାବିତ ହୋଇଛି ।