ଆରମ୍ଭରୁ ହଙ୍ଗାମା ପରେ ସ୍ୱାଭାବିକ ହେଲା ବିଧାନସଭା : ମରୁଡ଼ି ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବ ନେଇ ଗୃହରେ ଚର୍ଚ୍ଚା

115

କନକ ବ୍ୟୁରୋ : ବିରୋଧୀଙ୍କ ହଟଗୋଳରୁ ଆରମ୍ଭ ହୋଇଥିବା ବିଧାନସଭା ଏବେ ସ୍ୱାଭାବିକ ହୋଇଛି । ମରୁଡ଼ି ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ମରୁଡ଼ି କବଳରେ ସାରା ଓଡ଼ିଶା କଲବଲ, ସରକାରଙ୍କ ଯୋଗୁଁ ଦୁର୍ଦ୍ଦଶାରେ ଚାଷୀ କୂଳ ଶୀର୍ଷକରେ ମୁଲତବୀ ଆଲୋଚନା ପାଇଁ ମୁଖ୍ୟ ବିରୋଧୀ ଦଳ ବିଜେପି ପ୍ରସ୍ତାବ ଦେଇଥିଲା । ଏହି ପ୍ରସଙ୍ଗରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ଦାବି କରିଥିଲା । ତେବେ ମରୁଡ଼ି ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଥିଲେ କଂଗ୍ରେସ ସଦସ୍ୟ ।

ସେପଟେ, ଭିଡିଓ କନଫରେନ୍ସିଂରେ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତିକ ତରାଇ ଅନ୍ୟ ଦିବଗଂତ ନେତାଙ୍କ ଉର୍ଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସ ହସ୍ପିଟାଲ ବେଡରୁ ଭିଡିଓ କନଫରେନ୍ସରେ ଯୋଡି ହୋଇଛନ୍ତି । ଅନ୍ୟମାନେ ଚାହିଁଲେ ବି ଭିସି ଜରିଆରେ ବିଧାନସଭା ଅଧବେସନରେ ଯୋଡି ହୋଇପାରିବେ ବୋଲି ବାଚସ୍ପତି କହିଛନ୍ତି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।