କନକ ବ୍ୟୁରୋ : ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷ ଜମି । ପାଣି ଅଭାବରୁ ଧାନ ଗଛ ସୁଖିବାକୁ ବସିଲାଣି । ମରୁଡି ଆଶଙ୍କାରେ ଏବେ ଗଜପତି ଜିଲ୍ଲାର ଚାଷୀ । ଖରିପ ଚାଷ ଆରମ୍ଭ ସମୟରେ ବର୍ଷା ଛିକ ସମୟରେ ହୋଇଥିବାରୁ ଧାନବୁଣା, ଧାନରୁଆ, ବେଉଷଣ ସୁରୁଖୁରେ ଶେଷ ହୋଇଥିଲା । ହେଲେ ଏହାପରଠୁ ବର୍ଷା ହେଉନାହିଁ । ଅନ୍ୟପଟେ ବଂଶାଧାରା ନଦୀ ଓ ମହେନ୍ଦ୍ର ତନୟା ନଦୀରେ ନିର୍ମିତ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନଥିବାରୁ ଜମିକୁ ପାଣି ଲାଗି ପାରୁ ନାହିଁ । ଫଳରେ ଜିଲ୍ଲାର ପାରଳାଖେମୁଣ୍ଡି, କାଶୀନଗର, ଗୋଷାଣୀ ଓ ରାୟଗଡ ବ୍ଲକରେ
ପାଣି ଅଭାବରୁ ଜମିରେ ଧାନ ଗଛ ମରିବାକୁ ବସିଲାଣି । ସ୍ଥିତି ଏପରି ହୋଇଛି ଯେ, ଚାଷ ପାଇଁ ଖଟାଇଥିବା ମୁଳଧନ ଫେରି ପାଇବେ ନା ନାହିଁ ସେହି ଚିନ୍ତାରେ ଅଛନ୍ତି ଜିଲ୍ଲାର ଚାଷୀ । ସେପଟେ କୃଷି ବିଭାଗ ପକ୍ଷରୁ କୌଣସି କର୍ମଚାରୀ ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ପହଂଚୁନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/19-12.jpg)