ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଚଳିତ ବର୍ଷ ଆଗୁଆ ଆସିବ ମୌସୁମୀ । ଓଡିଶାରେ ଜୁନ ୮ ସୁଦ୍ଧା ଛୁଇଁବା ସମ୍ଭାବନା । ହେଲେ ଚାଷ ପାଇଁ ସଜବାଜ ହେବା ବଦଳରେ ଚିନ୍ତାରେ ଚାଷୀ । ଲଗାତାର ଦୁଇ ବର୍ଷ ଧରି ମରୁଡିରେ ଘାଂଟି ହେବା ପରେ ଚାଷୀ ଏବେ ନିଶ୍ୱ । ଜମିରେ ବୁଣିବା ପାଇଁ ବିହନ ମୁଠାଏ ବି ନାହିଁ । ସରକାର ବିହନ ଯୋଗଇବା ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି । ଫଳରେ ଆଗୁଆ ମୌସୁମୀ ଆସିଲେ ଅଧିକ ଅଡୁଆରେ ପଡିବାର ଆଶଙ୍କାରେ ଛନ୍ଦି ହୋଇଛନ୍ତି ଚାଷୀ ।
ଏଲ ନିନୋ ପ୍ରଭାବରେ ଗତ ଦୁଇ ବର୍ଷ ହେଲା ଦେଶରେ ସ୍ୱଳ୍ପ ବୃଷ୍ଟି ହୋଇଛି । ହଜାର ହଜାର ଏକର ଜମିରେ ଉଜୁଡି ଗଲା ଫସଲ, ମରୁଡି ହେଲା । ଏହାକୁ ଭରଣା କରିବା ପାଇଁ ସରକାର ସହାୟତା ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ଏହାକୁ ଚାହିଁ ବସିଛି ଚାଷୀ । ଅନ୍ୟପଟେ ବିଳମ୍ବରେ ବିହନ ଦେଲେ ଚାଷ ନଷ୍ଟ ହେବା ହିଁ ସାର ବୋଲି ଅଭିଯୋଗ କରିଛନ୍ତି ଚାଷୀ ।
ଜୁନ ୮ ତାରିଖରେ ଓଡିଶାରେ ମୌସୁମୀ ଆସିବା ସମ୍ଭାବନା ଥିବା ବେଳେ ତାତିରୁ ହୁଏତ ମୁକ୍ତି ପାଇବେ ଲୋକେ । କିନ୍ତୁ ଚାଷବାସ କରିବା ଦୃଷ୍ଟିରୁ ଏହାର ଫାଇଦା ଚାଷୀ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/Drought.jpg)