କନକ ବ୍ୟୁରୋ: ସମ୍ବଲପୁରର ଅଧାରୁ ଅଧିକ ବ୍ଳକରେ ମରୁଡ଼ି ଆଶଙ୍କା ଦେଖାଦେଇଛି । କୁଚିଣ୍ଡା ତଥା ଆଖପାଖ ଅଂଚଳରେ ମରୁଡି ପରିସ୍ଥିତି ସାଂଘାତିକ ହୋଇଛି । ଶହଶହ ହେକ୍ଟର ଜମିର ଧାନ ସବୁ ମରିଯାଇଛି । ଧାନ କ୍ଷେତରେ ଗୋରୁ ଛାଡି ଅମଳ ଆଶା ଛାଡ଼ିଦେଲେଣି ଚାଷୀ ।
ଏବେ ଯେଉଁଠି ଧାନ କ୍ଷେତରେ ସବୁଜିମା ଭରିଯିବା କଥା, ଏବେ ସେଠି ମାଟି ଫାଟି ଆଁ କରିଛି । ବିଲରେ ପାଣି ନାହିଁ । ଧାନ ଗଛ ମରିଗଲାଣି । ସୁନାର କ୍ଷେତକୁ ଦେଖି ହସିବା ବଦଳରେ ମୁଣ୍ଡରେ ହାତ ଦେଇ ଦେଲେଣି ଚାଷୀ ।
ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଏବେ ମରୁଡ଼ିର କରାଳ ରୂପ ଦେଖିବାକୁ ମିଳିଛି । ବର୍ଷା ଅଭାବରୁ ଫସଲ ଏବେ ଧୁଳିସାତ ହେବାକୁ ବସିଛି । ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବାକୁ ଚାଷୀ ଏକାଠି ହୋଇ ଦାବି ଜଣାଇଛନ୍ତି ।
ବଲାଙ୍ଗୀର ଓ ନୂଆପଡ଼ାରେ ମଧ୍ୟ ସମାନ ଅବସ୍ଥା । ପାଣି ଅଭାବରୁ ଧାନ ଗଛ ମରିଗଲାଣି । କେମିତି ଫସଲ ବଂଚାଇବେ, କିଛି ଭାବି ପାରୁ ନାହାନ୍ତି ଚାଷୀ । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାର ଚାଷୀ ଏବେ ଚିନ୍ତାରେ । ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼ ସବୁଠି ବର୍ଷା ଅଭାବ ଏବଂ ଜଳସେଚନ ହୋଇନପାରିବାରୁ ଏବେ ଉପୁଜିଛି ମରୁଡି ସ୍ଥିତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/22-38.jpg)