କୃଷ୍ଣପ୍ରସାଦ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମରୁଡି। ସତ ଲୁଚାଇବାକୁ ଗଣମାଧ୍ୟମକୁ ନାଲି ଆଖି।

96

କନକ ବ୍ୟୁରୋ: ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମରୁଡି । ଶିକ୍ଷାର ଉର୍ଣ୍ଣତି ପାଇଁ ସରକାର କେତେ କଣ ପଦକ୍ଷପ ହାତକୁ ନେଉଛନ୍ତି । ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକଶିକ୍ଷା ଅଧିକାରିଙ୍କ କାର୍ଯ୍ୟାଳୟକୁ ଦେଖି, ଆପଣମାନେ ଜାଣିପାରିବେ କେମିତି କାର୍ଯ୍ୟକାରୀ ହେଉଛି ସରକାରୀ ଶିକ୍ଷା ଯୋଜନା । ଶିକ୍ଷାର ମାନଦଣ୍ଡ କେଉଁ ଆଡକୁ ଗତି କରୁଛି । ଅନେକ ଦିନ ହେଲା ଏଇ ଅଫିସରେ କର୍ମଚାରୀଙ୍କ ଦେଖାମିଳୁନି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଜଗିଛନ୍ତି ମାତ୍ର ଦୁଇଜଣ କର୍ମଚାରୀ । ବିଇଓଙ୍କୁ ମିଶାଇ ଏଠାରେ ମୋଟ ୧୧ ଜଣ କର୍ମଚାରୀ କାର୍ଯ୍ୟକରନ୍ତି । ହେଲେ ଦିର୍ଘଦିନ ହେବ ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ କୌଣସି କର୍ମଚାରୀ ଆସୁନାହାନ୍ତି । ତେଣୁ ଦିନ ସାଢେ ୧୨ଟା ଯାଏଁ ମଧ୍ୟ ଅଧିକାରୀଙ୍କ ଚେୟାର ଖାଲି ପଡୁଛି ।

ସବୁଠାରୁ ବଡ କଥା ହେଉଛି, ଅଫିସ ଖାଲିପଡିବା ସମସ୍ୟା ଦିନେ, ଦୁଇ ଦିନର ନୁହେଁ, ଅନେକ ଦିନ ହେଲା ଏମିତି ଖାଲି ପଡିଛି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ । ଆଉ ଗଣମାଧ୍ୟମର କ୍ୟାମେରା ଦେଖି ହଡବଡେଇ ଯାଉଛନ୍ତି କୃଷ୍ଣପ୍ରସାଦ ବ୍ଲକର ଅତିରିକ୍ତ ବ୍ଲକଶିକ୍ଷା ଅଧିକାରୀ । କ୍ୟାମେରାକୁ ଦେଖି ଚିହଁକି ଉଠୁଛନ୍ତି । ଏବଂ ଅଫିସର ସତ ଲୁଚାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଉଛନ୍ତି ସରକାରୀ ବାବୁ ।