ଡ୍ରପ ଆଉଟ ପିଲା ଦେବେ ସପ୍ଲିମେଣ୍ଟାରୀ: ମାଟ୍ରିକ ପରୀକ୍ଷା ଦେଲେନି ୧୩, ୦୫୮ ଛାତ୍ରଛାତ୍ରୀ

89

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଦେଲେନି ୧୩, ୦୫୮ ଛାତ୍ରଛାତ୍ରୀ । ଫର୍ମ ଫିଲପ କରିଥିଲେ ବି ପିଲା ଦେଲେନି ପରୀକ୍ଷା । ପରୀକ୍ଷା ଦେଇନଥିଲେ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା । ପିଲା କିପରି ପରୀକ୍ଷା ଦେବେ ସେ ନେଇ ହେଉଛି ବ୍ୟବସ୍ଥା । ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି ଯେ, ପରୀକ୍ଷା ଦେଉନଥିବା ପିଲାଙ୍କୁ ଚିହ୍ନଟ କରାଯିବ । ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରାଯିବ । ଆଉ ସେମାନଙ୍କୁ ପରୀକ୍ଷା ଦେବାକୁ ଉତ୍ସାହିତ କରାଯିବ ।