କନକ ବ୍ୟୁରୋ: ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବ, ଅତ୍ୟାଧୁନିକ ରବୋଟିକ୍ ଡ୍ରୋନ୍ । ଆର୍ଟିଫିସିଆଲ୍ ଇନ୍ଟିଲେଜେନ୍ସ ବ୍ୟବସ୍ଥା ସଂଯୁକ୍ତ ଥିବା ଏହି ଅତ୍ୟାଧୁନିକ ଡ୍ରୋନ୍କୁ ଜାମ୍ମୁକାଶ୍ମୀରରେ ପ୍ରଦର୍ଶିତ କରାଯାଇଛି । ଏହି ରବୋଟିକ୍ ଡ୍ରୋନ୍ ସୁରକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି କୁହାଯାଇଛି । ସୁରକ୍ଷାକର୍ମୀମାନେ ଅପରେସନ୍କୁ ଯିବା ପୂର୍ବରୁ ଏହି ଡ୍ରୋନ୍ ଜରିଆରେ ସ୍ଥିତିର ଅନୁଧ୍ୟାନ କରିପାରିବେ । ଘଟଣାସ୍ଥଳର ସ୍ଥିତି ଜାଣିବା ପରେ ସୁରକ୍ଷାକର୍ମୀମାନେ ଅପରେସନ୍ ପାଇଁ ଆଗକୁ ବଢ଼ିପାରିବେ । ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଆତତାୟୀଙ୍କୁ କାବୁ କରିବା କିମ୍ବା ନିପାତ କରିବା ଦିଗରେ ସହାୟକ ହେବ । ଏହି ଅତ୍ୟାଧୁନିକ ଡ୍ରୋନ୍ ଉଚ୍ଚ, ପାହାଡ଼ିଆ ଏବଂ ଖାଳୁଆ ସ୍ଥାନରେ ଗତିବିଧି କରିପାରିବ । ଏମିତି କି ଅବଶ୍ୟକ ତଳେ ପାଣିରେ ମଧ୍ୟ କାମ କରିପାରିବ । ଏହି ଡ୍ରୋନ୍ ୧୬ କୋଜି ଓଜନ ଉଠାଇବା ପାଇଁ ସକ୍ଷମ ।

Advertisment