ଓଡ଼ିଶାରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ବ୍ୟବହାର ହେଲା ଡ୍ରୋନ । ଚାଷୀଙ୍କୁ ମାଗଣାରେ ଯୋଗାଇଲା ନାବାର୍ଡ

193

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ବ୍ୟବହାର ହୋଇଛି ଡ୍ରୋନ୍ । ଜୟପୁରରେ ପ୍ରଥମ କରି ଚାଷବାସ ପାଇଁ ଏହି ଡ୍ରୋନ୍ ବ୍ୟବହାର କରାଯାଇଛି । ଡ୍ରୋନ୍ ସାହାଯ୍ୟରେ ଅଳ୍ପ ସମୟ ମଧ୍ୟରେ ଏକର ଏକର ଜମିରେ ସାର ଓ କୀଟନାଶକ ସିଞ୍ଚନ କରାଯାଇପାରିବ । ନାବାର୍ଡ ପକ୍ଷରୁ ପାଟଣେଶ୍ୱରୀ ନାମକ ଏକ ଚାଷୀ ସମବାୟ ସମିତିକୁ ଏହି କୃଷି ଡ୍ରୋନ୍ ପ୍ରଦାନ କରାଯାଇଛି । ଏହି ଡ୍ରୋନର ମୂଲ୍ୟ ୫ଲକ୍ଷ ୧୪ହଜାର ୫ଶହ ଟଙ୍କା ରହିଛି । ହେଲେ ନାର୍ବାଡ ପକ୍ଷରୁ ଚାଷୀଙ୍କ ପାଇଁ ଏହା ମାଗଣାରେ ଯୋଗାଇ ଦିଆଯାଇଛି । ୬ ମାସ ପର୍ଯ୍ୟନ୍ତ ଏହି ସଂସ୍ଥା ମାଗଣାରେ ଚାଷୀ ମାନଙ୍କୁ ଏହି ସେବା ଯୋଗାଇବ । ତା ସହିତ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଚାଷୀମାନେ ଏହି ନମ୍ବରରେ କଲ କରି ଏହାର ବିଶେଷ ଲାଭ ଉଠାଇ ପାରିବେ ।