କନକ ବ୍ୟୁରୋ : ଜମ୍ମୁ ବିମାନବନ୍ଦରେ ଥିବା ବାୟୁସେନାର ଷ୍ଟେସନ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣର କିଛି ଦିନ ପରେ କଡା ଆଭିମୁଖ୍ୟ ଦେଖାଇଛି ଜମ୍ମୁକାଶ୍ମୀର ପ୍ରଶାସନ । ଶ୍ରୀନଗରରେ ଡ୍ରୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଏପରିକି ଏହି ଅଞ୍ଚଳରେ ଡ୍ରୋନକୁ କେହି ରଖିପାରିବେନି କି ଉଡାଇ ପାରିବେନି ବୋଲି କୁହାଯାଇଛି । ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ଏଥିସହ, ଯେଉଁମାନଙ୍କ ନିକଟରେ ଡ୍ରୋନ୍ କ୍ୟାମେରା କିମ୍ବା ସେହିପରି କିଛି ସାମଗ୍ରୀ ରହିଛି, ତାକୁ ନିକଟସ୍ଥ ପୋଲିସ ଷ୍ଟେସନରେ ଜମା କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି । ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ଭଳି ଆକ୍ରମଣର ଆଶଙ୍କା ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏହା ପୂର୍ବରୁ ସୀମାବର୍ତ୍ତୀ ଜିଲ୍ଲା ରଜୌରୀ ଓ କାଠୁଆ ଅଂଚଳରେ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଥିଲା ଜମ୍ମୁକାଶ୍ମୀର ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/01drones1.jpg)