କନକ ବ୍ୟୁରୋ: ଡ୍ରୋନ ଉଡ଼ାଇଲେ ଡିଏଫଓ । ଜଙ୍ଗଲ ସୁରକ୍ଷା ପାଇଁ ଚିଲିକା ଡିଏଫଓଙ୍କ ନିଆରା ପଦକ୍ଷେପ । ଏଣିକି ଡ୍ରୋନ ଜଗିବ ଜଙ୍ଗଲ । ଚିଲିକା ଟାପୁରେ ରହିଛି ବିବିଧତାରେ ପରିପୂର୍ଣ୍ଣ ଜଙ୍ଗଲ । ସେହି ଜଙ୍ଗଲରେ ଥିବା ବନ୍ୟଜନ୍ତୂଙ୍କ ସୁରକ୍ଷା ଏବଂ ଗତିବିଧି ଉପରେ ନଜର ରଖିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଡିଏଫଓ ଅମ୍ଲାନ ନାଏକ ।

Advertisment

ନିଜେ ଡିଏଫଓ ଘଞ୍ଚ ଜଙ୍ଗଲକୁ ଯାଇ ପରୀକ୍ଷାମୂଳକ ଭାବେ ଡ୍ରୋନ ଉଡ଼ାଇ ସ୍ଥିତି ପରଖିଛନ୍ତି । ବନ ମହୋତ୍ସବ ସପ୍ତାହରେ ଜଙ୍ଗଲକୁ ସୁରକ୍ଷା ଦେବା ନିଜର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇ ତାହାର ଉପଯୁକ୍ତ ଯତ୍ନ ନେବାକୁ ଲୋକଙ୍କୁ ଅପିଲ ବି କରିଛନ୍ତି । ମୁଖ୍ୟତଃ ତିନୋଟି ଉଦ୍ଦେଶ୍ୟ ରଖି ଡ୍ରୋନ ଉଡ଼ାଯାଇଛି । ବନ୍ୟଜୀବଙ୍କ ଗତିବିଧି ଉପରେ ନଜର ରଖିବା, ମାଫିଆଙ୍କ କବଳରୁ ଜଙ୍ଗଲକୁ ରକ୍ଷା କରିବା ଓ ଜଙ୍ଗଲ ପରିଚାଳନାକୁ ଠିକ ଭାବେ ନେବାପାଇଁ ଡ୍ରୋନ ଉଡ଼ାଯାଇଥିବା କଥା କହିଛନ୍ତି ଡିଏଫଓ । ଡ୍ରୋନ ଫୁଟେଜ ମାଧ୍ୟମରେ ରିୟଲ ଟାଇମ ଡାଟା ମିଳୁଥିବାରୁ ସୁରକ୍ଷା ଦିଗରେ ଏହା ଅଧିକ ସହାୟକ ହେବ ବୋଲି ଡିଏଫଓ ଅମ୍ଲାନ ନାଏକ କହିଛନ୍ତି ।