ରାତିରେ ଡ୍ରୋନ ଜଗୁଛି ହାତୀପଲ: କୋଇଡା ବନବିଭାଗର ଅଭିନବ ପ୍ରୟାସ

24

କନକ ବ୍ୟୁରୋ: ହାତୀଙ୍କ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ । ହାତୀ-ମଣିଷ ଭିତରେ ବଢ଼ୁଥିବା ଲଢ଼େଇକୁ ନଜରରେ ଏହି ଏପରି ବ୍ୟବସ୍ଥା ଆରମ୍ଭ କରିଛି କୋଇଡା ବନବିଭାଗ । ବିଶେଷ କରି ରାତିରେ ହାତୀ ପଲ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଥିବା ବେଳେ ରାତିରେ ହାତୀଙ୍କ ଉପରେ ନଜର ରଖିଛି ଏହି ଡ୍ରୋନ ।

ରାଜ୍ୟରେ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି । ଦିର୍ଘ ଦିନରୁ ଆରମ୍ଭ ଏହି ସଂଘର୍ଷରେ କେବେ ମଣିଷ ତ କେବେ ବଳି ପଡୁଛି ଜଙ୍ଗଲି ହାତୀ । ଏହାକୁ ରୋକିବାକୁ ଏବେ କୋଇଡା ବନବିଭାଗ ନୂଆ ଉପାୟ ଆପଣେଇଛି ।

ରାତିରେ ହାତୀପଲ ଙ୍କ ଗିତିବିଧି ଉପରେ ଡ୍ରୋନ କ୍ୟାମେରା ଜରିଆରେ ନଜର ରଖୁଛି ବନ ବିଭାଗ । ସୁନ୍ଦରଗଡ ଜିଲ୍ଲା କୋଇଡା ବନାଂଚଳରେ ବନବିଭାଗ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ବିଶେଷ କରି ରାତିରେ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥାନ୍ତି । ଏହାକୁ ଆଖିରେ ରଖି କୋଇଡା ବନାଂଚଳ ତରଫରୁ ରାତିରେ ହାତୀପଲ ଙ୍କ ଗତିବିଧି ଉପରେ ନଜର ରଖିବାକୁ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି ।

ଡ୍ରୋନରେ ହାତୀ ପଲଙ୍କ ଗତିବିଧିକୁ ଦେଖି ସହଜରେ ଅବସ୍ଥିତି ଜାଣିହେଉଛି
ଗାଁ ମୁହାଁ ହାତୀଙ୍କୁ ପୁଣି ଜଙ୍ଗଲକୁ ଘଉଡାଇବା ସହଜ ହୋଇପାରୁଛି
ହାତୀ ପଲ କୌଣସି ଘଟାଇବା ପୂର୍ବରୁ ପଦକ୍ଷେପ ନେଇପାରୁଛି ବନ ବିଭାଗ
ହାତୀ-ମଣିଷ ସଂଘର୍ଷ ଏଡାଇବାରେ ଡ୍ରୋନ କ୍ୟାମେରା ବେଶ ସହାୟକ ହେଉଛି

କୋଇଡା ବନାଂଚଳରେ ଗୋଟିଏ ମାସରେ ଦୁଇ ଦୁଇଟି ହାତୀ ଶାବକଙ୍କ ମୃତ୍ୟୁ ପରେ ଏବେ ବିଶେଷ କରି ହାତୀ ଶାବକମାନଙ୍କ ଉପରେ ଡ୍ରୋନ କ୍ୟାମେରା ଜରିଆରେ ନଜର ରଖାଯାଉଛି ।