ବାହୁଡ଼ା ଯାତ୍ରା ପାଇଁ କଟକଣା ଲଗାଇଛି ପୁରୀ ପ୍ରଶାସନ । ଡ୍ରୋନ ଉଡାଇ ରହିବ ଲୋକଙ୍କ ଛାତ ଉପରେ ନଜର । ବାହାର ଲୋକ ଯାଇ ଜଗନ୍ନାଥ ଦର୍ଶନ ଉପରେ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର 

90

କନକ ବ୍ୟୁରୋ: ରାତି ପାହିଲେ ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମହାପ୍ରଭୁଙ୍କ ବାହୁଡା ଯାତ୍ରା କିଭଳି ସୁରୁଖୁରରେ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରିଛି ପ୍ରଶାସନ । ବିଶେଷକରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଯେମିତି କେତେ ଜଣ ବାହାର ଲୋକ ବଡଦାଣ୍ଡକୁ ଚାଲି ଆସିଥିଲେ, ତାର ପୁନରାବୃତି ଯେମିତି ନହୁଏ, ସେଥିପାଇଁ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଏପରିକି ବଡାଦାଣ୍ଡରେ ଥିବା ଘରେ ହୋଟେଲ, ଓ ଲଜ ଉପରେ ଡ୍ରୋନ ଦ୍ୱାରା ନଜର ରଖିବାକୁ ବ୍ୟବସ୍ଥା ହୋଇଛି । ଅର୍ଥାତ୍ ବଡଦାଣ୍ଡରେ ଥିବା ଘର ହେଉକି ହୋଟେଲର ଛାତ ଉପରକୁ ଗଲେ ସେ ନେଇ ପ୍ରଶାସନକୁ ସୂଚନା ଦେବ ଡ୍ରୋନ୍ ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଶ୍ରୀଗୁଣ୍ଡିଚା ଭଳି ବାହୁଡା ଯାତ୍ରାରେ ନହେଉ । ତେବେ ପ୍ରଶ୍ନ ଉଠୁଛି ବାହାର ଲୋକଙ୍କୁ ବଡଦାଣ୍ଡକୁ ନଛାଡିବା ଠିକ୍ ଅଛି । ହେଲେ ବଡଦାଣ୍ଡରେ ଥିବା ବ୍ୟକ୍ତିଗତ ଘର ଗୁଡିକ ଉପରେ ଡ୍ରୋନ ଉଡାଇ ନଜର ରଖିବା କେତେ ଯୁକ୍ତିଯୁକ୍ତ ।