ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ ଲାଗିଲା କଟକଣା । ଡ୍ରୋନକୁ କେହି ରଖିପାରିବେନି କି ଉଡାଇ ପାରିବେନି ।

104

କନକ ବ୍ୟୁରୋ: ଜାମ୍ମୁ ବିମାନବନ୍ଦରେ ଥିବା ବାୟୁସେନାର ଷ୍ଟେସନ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣର କିଛି ଦିନ ପରେ କଡା ଆଭିମୁଖ୍ୟ ଦେଖାଇଛି ଜମ୍ମୁକାଶ୍ମୀର ପ୍ରଶାସନ । ଶ୍ରୀନଗରରେ ଡ୍ରୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଏପରିକି ଏହି ଅଂଚଳରେ ଡ୍ରୋନକୁ କେହି ରଖିପାରିବେନି କି ଉଡାଇ ପାରିବେନି ବୋଲି କୁହାଯାଇଛି । ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଏଥିସହ, ଯେଉଁମାନଙ୍କ ନିକଟରେ ଡ୍ରୋନ୍ କ୍ୟାମେରା କିମ୍ବା ସେହିପରି କିଛି ସାମଗ୍ରୀ ରହିଛି, ତାକୁ ନିକଟସ୍ଥ ପୋଲିସ ଷ୍ଟସନରେ ଜମା କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି । ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ଭଳି ଆକ୍ରମଣର ଆଶଙ୍କା ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି । ଏହା ପୂର୍ବରୁ ସୀମାବର୍ତି ଜିଲ୍ଲା ରାଜୌରୀ ଓ କାଠୁଆ ଅଂଚଳରେ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଥିଲା ଜମ୍ମୁକାଶ୍ମୀର ପ୍ରାଶାସନ ।