ଦୁର୍ଗମ ଅଞ୍ଚଳ ସହ ବଡ଼ ବଡ଼ ବିଲ୍ଡିଂରେ ସହଜରେ ହେବ ଟିକାକରଣ । ଡ୍ରୋନ୍ ଜରିଆରେ ପଠାଯିବ କୋଭିଡ଼ ଟିକା, ଔଷଧ ଓ ନମୁନା ସଂଗ୍ରହ କିଟ୍ ।

79

କନକ ବ୍ୟୁରୋ: ଏଣିକି ଦୁର୍ଗମ ଅଞ୍ଚଳ ସହ ବଡ଼ ବଡ଼ ବିଲ୍ଡିଂରେ ସହଜରେ ହେବ ଟିକାକରଣ । ଡ଼୍ରୋନ୍ ଜରିଆରେ କୋଭିଡ଼ ଟିକା, ନମୁନା ସଂଗ୍ରହ କିଟ୍ ପଠାଯିବ । ଖାଲି ସେତିକି ନୁହେଁ ଟିକା ଏବଂ ଔଷଧ ମଧ୍ୟ ପହଞ୍ଚାଯିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ଡ଼୍ରୋନ୍ ବ୍ୟବହାର ନେଇ ପରୀକ୍ଷଣ କରାଯାଇଛି । ଡ଼୍ରୋନ୍ ବ୍ୟବହାର ଫଳରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ସମ୍ଭାବନା କମ୍ ରହିବ । ତେବେ ପାଖାପାଖି ୧୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଏହି ଡ଼୍ରୋନ୍ ଯାଇପାରିବ ବୋଲି କୁହାଯାଇଛି ।