ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଆରା ପଦକ୍ଷେପ । ଡ୍ରୋନ କ୍ୟାମେରା ଉଡାଇ ରଖୁଛି ନଜର ।

128

କନକ ବ୍ୟୁରୋ: ଚିଲିକାରେ ବିଦେଶୀ ପ କ୍ଷୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ ଚିଲିକାରେ ପକ୍ଷୀଙ୍କ ପାଇଁ ନିଆରା ପଦକ୍ଷେପ ହାତକୁ ନେଇଛି । ସମଗ୍ର ଚିଲିକା ଉପରେ ପଇଁତରା ମାରୁଛି ବନ ବିଭାଗର ଡ୍ରୋନ କ୍ୟାମେରା । ବିଦେଶୀରୁ ଆସିଥିବା ଅତିଥୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଖୋଦ ଚିଲିକା ବାଲୁଗାଁ ଡିଏଫଓ ଅଣ୍ଟା ଭିଡିଛନ୍ତି । ପ୍ରତ୍ୟେକ ଦିନ ନିଜେ ଚିଲିକାକୁ ଯାଇ ଡ୍ରୋନ କ୍ୟାମେରା ଉଡାଉଛନ୍ତି । ଚିଲିକାରେ ପକ୍ଷୀ ଶିକାର ରୋକିବାକୁ ସୁରକ୍ଷା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୨୧ଟି ଟିମ ମୁତୟନ ହୋଇଛନ୍ତି । ଲ୍ୟାଣ୍ଡ ମୋବାଇଲ ଏବଂ ୱାଟର ମୋବାଇଲ ଟିମ ଗଠନ କରାଯାଇଛି । ଏହାଛଡା ପକ୍ଷୀଙ୍କ ସୁରକ୍ଷା ଯୋଗାଇଦେବାକୁ ସ୍ଥାନୀୟ ଲୋକଙ୍କ ବନବିଭାଗ ପକ୍ଷରୁ ସଚେତନ କରାଯାଉଛି ।