କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍ । ସକାଳ ପ୍ରାୟ ୫ଟା ବେଳେ ସୁରକ୍ଷାରେ ମୁତୟନ ଥିବା ଏସପିଜି, ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଛି । ଖବର ପାଇ ପୋଲିସ ପ୍ରଧାନମନ୍ତ୍ରୀ ବାସଭବନରେ ପହଞ୍ଚିଥିଲେ । କିନ୍ତୁ ସେଠାରୁ କୌଣସି ଡ୍ରୋନ୍ ପୋଲିସ ହାତରେ ଲାଗିନଥିଲା । ପିଏମ୍ ଆବାସ ନୋ ଫ୍ଲାଇଂ ଜୋନରେ ଯାଉଥିବାରୁ ସେଠାରେ କିପରି ଡ୍ରୋନ୍ ଉଡ଼ିଲା, ସେନେଇ ତଦନ୍ତ ଚଳାଇଛି ପୋଲିସ । ଏପର୍ଯ୍ୟନ୍ତ ପୋଲିସ କିମ୍ବା ଅନ୍ୟ ସୁରକ୍ଷା ସଂସ୍ଥା ଆଖପାଖ ଅଞ୍ଚଳରେ ତଲାସ କରିଥିଲା । କିନନ୍ତୁ ସେଭଳି କୌଣସି ସାମଗ୍ରୀ ମିଳିନଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

Advertisment