କନକ ବ୍ୟୁରୋ : ସମ୍ବଲପୁର- ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣା । ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ  କରିଥିବା ଜଣା ପଡିଛି । ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ । ଆଜି ଏହି ଛାତ୍ରକୁ ଥାନକୁ ଡକାଇ ତଦନ୍ତ କରିବ ପୁଲିସ । ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଛାଡିବା ପରେ ଘଟଣା ସାମ୍ନାକୁ ଆସି ଥିଲା । ୨୮ ତରିଖ ହୀରାକୁଦ ଭଣ୍ଡାର ତାର ଗେଟ ଖୋଲିବା ସମୟରେ ଏହି ଯୁବକ ଜଣକ ଡ୍ରୋନ୍ ଉଡାଇ ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଥିଲେ ।

Advertisment

ଡ୍ୟାମର ସମସ୍ତ ଆଙ୍ଗେଲରୁ ଭିଜୁଆଲ ନିଆଯାଇ ସୁରକ୍ଷା ବ୍ୟବସ୍ଥାର ଧଜ୍ଜିଆ ଉଡାଇଛନ୍ତି ଏହି ଯୁବକ ଜଣଙ୍କ । ଯେତେବେଳେ ନିଷିଦ୍ଧାଂଚଳ ବୋଲି ଗଣମାଧ୍ୟମକୁ ୪ ବର୍ଷ ହେବ ସ୍ପିଲ ୱେ ଅଂଚଳକୁ ବାରଣ ରହିଛି ସେହି ସମୟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇଛନ୍ତି ବ୍ଲଗର୍ । ଯାହାକୁ ନେଇ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।