ଡ୍ରୋନ୍ ବଦଳାଇବ ମହିଳାଙ୍କ ଭାଗ୍ୟ । ପାଇଲଟ୍ ମହିଳାଙ୍କୁ ମାସିକ ମିଳିବ ୧୫,୦୦୦ ଟଙ୍କା: ମହିଳାଙ୍କୁ ସଶକ୍ତ କରିବାକୁ ସରକାରଙ୍କ ବିଶେଷ ଯୋଜନା

Advertisment
ଡ୍ରୋନ୍ ବଦଳାଇବ ମହିଳାଙ୍କ ଭାଗ୍ୟ । ପାଇଲଟ୍ ମହିଳାଙ୍କୁ ମାସିକ ମିଳିବ ୧୫,୦୦୦ ଟଙ୍କା: ମହିଳାଙ୍କୁ ସଶକ୍ତ କରିବାକୁ ସରକାରଙ୍କ ବିଶେଷ ଯୋଜନା

କନକ ବ୍ୟୁରୋ: ସରକାର ଦେଶରେ ମହିଳା ବିକାଶ ପାଇଁ ଏକାଧିକ ଯୋଜନା ହାତକୁ ନେଇଛନ୍ତି ଏହି କ୍ରମରେ ଆସୁଛି ଲକ୍ଷପତି ଦିଦି ଯୋଜନା, ଯାହା ଅଧିନରେ ଆସନ୍ତା ୫ ବର୍ଷରେ ଦେଶର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହି ଯୋଜନା ବିଶେଷ କରି ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବାକୁ ହୋଇଛି । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଯୋଜନା କାର୍ୟ୍ୟକାରୀ କରାଯିବ । ଲକ୍ଷପତି ଦିଦି ତିଆରି କରିବା ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।

ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ କମିଟି ଲଖପତି ଦିଦି ଯୋଜନାରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରି ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିଲା। ୨୦୨୪-୨୫ ଓ ୨୫-୨୬ ଆର୍ଥିକ ବର୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୪,୫୦୦ ଡ୍ରୋନ୍ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

୨୦୨୩-୨୪ ଆର୍ଥିକ ବର୍ଷର ମାର୍ଚ୍ଚ ସୁଦ୍ଧା ସାର କମ୍ପାନିଗୁଡ଼ିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦୦ଡ୍ରୋନ୍ ଯୋଗାଇ ଦିଆଯିବ । ବିଶେଷ କରି କୀଟନାଶକ ଓ ସାର ସିଞ୍ଚନ ପାଇଁ ଏହି ଡ୍ରୋନକୁ କୃଷି କାର୍ୟ୍ୟରେ ବ୍ୟବହାର କରାଯିବ। ଏହି ଡ୍ରୋନକୁ କୃଷକମାନଙ୍କୁ ଭଡ଼ାରେ ଦିଆଯିବ, ଯେଉଁଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରୋଜଗାର କରିବେ । କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାର ପାଇଁ ଉପଯୁକ୍ତ ଅଞ୍ଚଳର ଆକଳନ ପାଇଁ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚୟନ କରାଯାଇ ମିଳିତ ମହାସଂଘ (ସିଏଲଏଫ) ଗଠନ କରାଯିବ। ଗୋଟିଏ ଡ୍ରୋନର ମୂଲ୍ୟ ୧୦ ଲକ୍ଷ ଟଙ୍କା ଏବଂ ସରକାର ୮ ଲକ୍ଷ ଟଙ୍କା ଦେବେ। ଅବଶିଷ୍ଟ ୨ ଲକ୍ଷ ଟଙ୍କା ସିଏଲଏଫ ନ୍ୟାସନାଲ ଏଗ୍ରିକଲଚର ଇନଫ୍ରା ଫାଇନାନ୍ସିଂରୁ ନିଆଯିବ ।

ଡ୍ରୋନ୍ ପାଇଲଟଙ୍କୁ ମିଳିବ ମାସିକ ଭତ୍ତା
ସ୍ୱୟଂ ସହାୟକ ଗୋଷ୍ଠୀରେ ଦଶମ ଶ୍ରେଣୀ ପାସ୍ କରିଥିବା ୧୮ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ଡ୍ରୋନ୍ ଉଡ଼ାଇବା ପାଇଁ ୧୫ ଦିନିଆ ତାଲିମ ଦିଆଯିବ। ପାଇଲଟ୍ ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିବ। ପାଇଲଟଙ୍କୁ ସହାୟତା କରିବା ପାଇଁ ଜଣେ କୋ-ପାଇଲଟ୍ ମଧ୍ୟ ରହିବେ, ଯାହାଙ୍କୁ ମାସିକ ୧୦ ହଜାର ଟଙ୍କା ଦିଆଯିବ। ସେହିପରି କିଛି ମହିଳାଙ୍କୁ ଡ୍ରୋନ୍ ମରାମତି ପାଇଁ ପ୍ରଶିକ୍ଷଣ ଦିଆଯିବ, ଯେଉଁମାନଙ୍କୁ ମାସକୁ ପାଞ୍ଚ ହଜାର ଟଙ୍କା ଦିଆଯିବ ବୋଲି ଯୋଜନା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe