ସିରିଆଡ୍ରୋନ୍ ଆଟାକ୍ ନ୍ୟୁଜ୍: ସାମରିକ ବିବୃତ୍ତି ଅନୁଯାୟୀ ଏହି ଆକ୍ରମଣ ଏକ 'ବିସ୍ଫୋରକ ଭର୍ତ୍ତି ଡ୍ରୋନ୍' ଦ୍ୱାରା କରାଯାଇଥିଲା ।

Advertisment

ଆମେ ଏହି ଆକ୍ରମଣର ସଠିକ ସମୟରେ କଡ଼ା ଜବାବ ଦେବୁ ବୋଲି ସରକାରଙ୍କ ତରଫରୁ ବିବୃତ୍ତି ଦିଆଯାଇଛି । ରାଜ୍ୟ ଟେଲିଭିଜନ ରିପୋର୍ଟ କରିଛି ଯେ ସରକାର ଶୁକ୍ରବାର ଠାରୁ ତିନି ଦିନ ଶୋକ ଘୋଷଣା କରିଛନ୍ତି ।ଗୁରୁବାର ଦିନ ସିରିଆର ସାମରିକ ଏକାଡେମୀ ଉପରେ ହୋଇଥିବା ଆକ୍ରମଣରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଯୁଦ୍ଧ ନିରୀକ୍ଷଣ କରୁଥିବା ଜଣେ ବ୍ୟକ୍ତି ଏହି ସୂଚନା ଦେଇଛନ୍ତି ।  ଏଥି ସହିତ ସରକାରୀ ଗଣମାଧ୍ୟମ ହୋମ୍ସ ସହରରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ ପାଇଁ ଗଣମାଧ୍ୟମ ଆତଙ୍କବାଦୀ ସଂଗଠନକୁ ଦାୟୀ କରିଛି । ସରକାରୀ ନ୍ୟୁଜ୍ ଏଜେନ୍ସି ସାନା ଦ୍ଵାରା ଏକ ସେନା ବିବୃତ୍ତିରେ କୁହାଯାଇଛି ଯେ ସିରିଆର କେନ୍ଦ୍ରୀୟ ସହର ହୋମ୍ସରେ ସଶସ୍ତ୍ର ଆତଙ୍କବାଦୀ ସଂଗଠନ' ସାମରିକ ଏକାଡେମୀ ଅଧିକାରୀଙ୍କ ଦୀକ୍ଷାନ୍ତ ସମାରୋହକୁ ଟାର୍ଗେଟ କରି ଏହି ଘଟଣା କରିଛି । ମୃତକଙ୍କ ମଧ୍ୟରେ ଦୀକ୍ଷାନ୍ତ ସମାରୋହର କିଛି ସାମରିକ ଅଧିକାରୀ ଏବଂ ସାଧାରଣ ନାଗରିକ ମଧ୍ୟ ଥିଲେ ।

ବ୍ରିଟେନ ସ୍ଥିତ ଯୁଦ୍ଧ ନିରୀକ୍ଷଣକାରୀ ସଂସ୍ଥା ‘ଅବଜରଭେଟରୀ ଫର ହ୍ୟୁମାନ୍ ରାଇଟ୍ସ’ ପୂର୍ବ ଆକଳନକୁ ସଂଶୋଧନ କରି ଏକ ନୂତନ ବିବୃତି ଜାରିକରିଛି । ନୂତନ ବିବୃତି ଅନୁସାରେ ମୃତାହତଙ୍କ ସଂଖ୍ୟା ପ୍ରାୟ ୧୦୦ ରୁ ଉର୍ଦ୍ଧ ହେବ । ଯେଉଁଥିରୁ ଅର୍ଦ୍ଧାଧିକ ସାମରିକ ଅଧିକାରୀ  ଏବଂ ୧୪ ଜଣ ସାଧାରଣ ନାଗରିକ ଅଟନ୍ତି । ସାମରିକ ବିବୃତ୍ତି ଅନୁଯାୟୀ ଏହି ଆକ୍ରମଣ ଏକ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍ ଦ୍ୱାରା କରାଯାଇଥିଲା । ଏହି ଆକ୍ରମଣର ଆମେ କଡ଼ା  ଜବାବ ଦେବୁ ବୋଲି ବିବୃତ୍ତି ଦିଆଯାଇଛି । ରାଜ୍ୟ ଟେଲିଭିଜନ ରିପୋର୍ଟ ଅନୁସାରେ  ସରକାର ଶୁକ୍ରବାର ଠାରୁ ତିନି ଦିନ ବ୍ୟାପୀ ଶୋକ ଘୋଷଣା କରିଛନ୍ତି ।

ବିଦ୍ରୋହୀମାନଙ୍କ କବଜାରେ ଥିବା ଅଞ୍ଚଳରେ ସରକାରଙ୍କ ତରଫରୁ ପ୍ରବଳ ବୋମା ମାଡ଼

ଗୁରୁବାର ବିଦ୍ରୋହୀ ଅଧୀନରେ ଥିବା ଇଦଲିବ ଅଞ୍ଚଳର ବାସିନ୍ଦାମାନେ ବ୍ୟାପକ ତଥା ଭାରି ବୋମା ବିସ୍ଫୋରଣ ଖବର ଦେଇଥିଲେ । ପର୍ଯ୍ୟବେକ୍ଷକ କହିଛନ୍ତି ଯେ ଉତ୍ତର-ପଶ୍ଚିମ ବିରୋଧୀ ଗଡ଼ର ଅନେକ ସହର ଉପରେ ହୋଇଥିବା ଆକ୍ରମଣରେ ଚାରି ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି ।ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି ।  ଇଦଲିବ ଏହି ଅଞ୍ଚଳ ଗୁଡିକୁ ପୂର୍ବତନ ସ୍ଥାନୀୟ ଅଲ-କାଏଦା ଶାଖାର ନେତୃତ୍ୱରେ ହାୟାତ୍ ତାହିର ଅଲ-ଶାମ ଦ୍ୱାରା ନିୟନ୍ତ୍ରିତ ଥିଲା । ଏହି ଜିହାଦୀ ଗୋଷ୍ଠୀ ଅତୀତରେ ସରକାରୀ ଅଧୀନରେ ଥିବା ଅଞ୍ଚଳରେ ଆକ୍ରମଣ ପାଇଁ ଡ୍ରୋନ୍ ବ୍ୟବହାର କରିଥିଲା ।