କନକ ବ୍ୟୁରୋ: ଆପଣ ଯଦି ଗାଡି ଚଲାଉଛନ୍ତି ଆଉ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନାହିଁ । ତେବେ ଟିକେ ସତର୍କ ହେଇଯାଆନ୍ତୁ । କାହିଁକି ନା ଜାନୁଆରୀ ୧୫ ତାରିଖରୁ ଓଡିଶାରେ କଡାକଡି ହେବାକୁ ଯାଉଛି ନମ୍ବର ପ୍ଲେଟ୍ ଚେକିଂ । ଯଦି ଆପଣ ଧାର୍ଯ୍ୟ ସମୟ ଭିତରେ ଆପଣଙ୍କ ଗାଡିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗେଇନାହାଁନ୍ତି । ତେବେ ଆପଣ ୧୦ ହଜାର ଟଙ୍କା ଜରିମାନା ଗଣିପାରନ୍ତି ।
ଆସନ୍ତା ୧୫ ତାରିଖରୁ ରାଜ୍ୟରେ ନମ୍ବର ପ୍ଲେଟକୁ ନେଇ ଧରପଗଡ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର । ତେଣୁ ଯଥାଶୀଘ୍ର ଆପଣ ନିଜର ଗାଡିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସହ ଫାଇନ୍ ଗଣିବାରୁ ମୁକ୍ତି ପାଆନ୍ତୁ । ତେବେ ନଜର ପକାନ୍ତୁ... କେଉଁ କେଉଁ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଫାଇନ୍ ଦେବାକୁ ପଡିବ ।
• ଯେଉଁ ଗାଡିର ନମ୍ବର ୧,୨,୩,୪ ଏବଂ ୫,୬ରେ ଶେଷ ହେଉଛି । ସେହି ଗାଡିରେ ଯଦି ଜାନୁଆରୀ ୧୫ ସୁଦ୍ଧା ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିବ । ତେବେ ଚାଳକଙ୍କୁ ଏଥିପାଇଁ ଫାଇନ୍ ଗଣିବାକୁ ପଡିବ ।
• ୧ ରୁ ୬ ନମ୍ବରରେ ଶେଷ ହେଉଥିବା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ଥିଲା । ଡିସେମ୍ବର ୩୧ ତାରିଖ । ତେଣୁ ଏହି ଗାଡିରେ ଜାନୁଆରୀ ୧୫ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ନଥିଲେ ଚାଳକଙ୍କୁ ଫାଇନ୍ ଦେବାକୁ ପଡିବ ।
• ସେହିପରି ୭ ଏବଂ ୮ ନମ୍ବରରେ ଶେଷ ହେଉଥିବା ଗାଡିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ଜାନୁଆରୀ ୩୧ ତାରିଖ ।
• ସେହିପରି ଯଦି ଆପଣଙ୍କ ଗାଡିର ନମ୍ବର ୦ କିମ୍ବା ୯ରେ ଶେଷ ହେଉଛି । ତେବେ ଆପଣ ଫେବ୍ରୁଆରୀ ମାସ ଶେଷ ହେବା ଆଗରୁ ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇ ଦିଅନ୍ତୁ । ନଚେତ୍ ଆପଣଙ୍କୁ ଟ୍ରାଫିକ୍ ପୋଲିସ ଫାଇନ୍ କାଟିବା ସହିତ ୫ ହଜାରରୁ ୧୦ ହଜାର ଟଙ୍କା ଜରିମାନା କରିପାରେ ।
ପୂର୍ବରୁ ଅନେକ ଥର ରାଜ୍ୟ ସରକାର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗେଇବାର ତାରିଖ ବଢାଇସାରିଛନ୍ତି । ହେଲେ ଏଥର କିନ୍ତୁ, ଏହି ଧରପଗଡ ଜୋରଦାର ହେବ ବୋଲି କୁହାଯାଉଛି । ତେଣୁ ଯେଉଁମାନେ ନିଜ ଗାଡିରେ ସମୟ ଗଲା ପରେ ବି ନୂଆ ନମ୍ବର ପ୍ଲେଟ୍ ଲଗେଇନାହାଁନ୍ତି । ସେମାନେ ଅସୁବିଧାରେ ପଡିବା ସହ ଫାଇନ୍ ଗଣିପାରନ୍ତି ।
ଗାଡି ମାଲିକଙ୍କ ସୁବିଧାକୁ ଆଖି ଆଗରେ ୨୦୧୯ ମସିହା ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଚୋର ମାନେ ପୁରୁଣା ନମ୍ବର ପ୍ଲେଟକୁ ଅତି ସହଜରେ ଅପ ବ୍ୟବହାର କରିପାରୁଥିଲେ । ହେଲେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସ୍ନାପ ଲକ୍ ସହ ଆସିଥାଏ । ଯାହାକୁ କି ବଦଳାଇବା କଷ୍ଟକର । ସେହିପରି ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ଗୁଡିକ ଟାମ୍ପର ପ୍ରୁଫ୍ ହୋଇଥିବାରୁ, ଚୋରମାନେ ଏହାକୁ ଖରାପ କାମରେ ବ୍ୟବହାର କରିପାରିବେ ନାହିଁ ।
ନୂଆ ନମ୍ବର ପ୍ଲେଟରେ ଆଇଏନଡି ଲେଖା ହେବା ସହିତ ଏହାର ବାମପଟେ, କ୍ରୋମିୟମ୍ ଆଧାରିତ ଅଶୋକ ଚକ୍ର ରହିଛି । ତା ସହି ନୂଆ ନମ୍ବର ପ୍ଲେଟ ଲେଜର ଏନକୋଡେଡ୍ ହେବା ସହିତ ଏହାକୁ ସ୍କାନ କରିବା ମଧ୍ୟ ସହଜ ଅଟେ । ତେଣୁ ଆପଣ ଯଦି ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗେଇନାହାଁନ୍ତି । ତେବେ ତୁରନ୍ତ ସ୍ଲଟ୍ ବୁକ୍ କରିବା ସହିତ. ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାନ୍ତୁ । ଆଉ ଫାଇନ୍ ଗଣିବାରୁ ମୁକ୍ତି ପାଆନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/01/13-12.jpg)