ଶେଷରେ ନରମିଲା ଡ୍ରାଇଭର ସଂଘ । ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାକୁ କଲେ ଘୋଷଣା

7,723

କନକ ବ୍ୟୁରୋ: ନରମିଲା ଓଡ଼ିଶା ଡ୍ରାଇଭର ସଂଘ । ଆନ୍ଦୋଳନ ନୁହେଁ ଶାନ୍ତିପୂର୍ଣ୍ଣ ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାସଂଘ । ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ଓଡ଼ିଶା ପରିବହନ ସଂଘ, ଓ କଳିଙ୍ଗ ଅଟୋ ମହାସଂଘ ମିଳିତ ଭାବେ ଏହି ନିଷ୍ପତି ନେଇଛନ୍ତି । ଭୁବନେଶ୍ୱରରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ କୁହାଯାଇଛି । ତେବେ ଜିଲ୍ଲା ଗୁଡ଼ିକରେ କର୍ମୀମାନେ ତାଙ୍କ ନିଷ୍ପତି ଅନୁସାରେ ଧାରଣା ଦେବେ । ଭୁବନେଶ୍ୱରରେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବେ ତେବେ ସଂଘ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ପକ୍ଷରୁ ଦାବି କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଭିନ୍ନ ଦାବି ନେଇ ଆସନ୍ତାକାଲି ଓଡ଼ିଶା ଡ୍ରାଇଭର ସଂଘ, ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ ।