କନକ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ମିଳିଥିବା ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଜଣେ ମାନସିକ ବିକୃତି ଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡ଼ିତା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କୁ କେହି ଦୁଷ୍କର୍ମ କରିଛି । ସକାଳୁ ସକାଳୁ ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଖବର ପାଇ ଇଟାମାଟି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ ‘ପାଣ୍ଡା’ ଏଭଳି କରିଥିବା କହିଛନ୍ତି। ‘ପାଣ୍ଡା’ ସ୍ଥାନୀୟ ଅଞ୍ଚଳର ଜଣେ ଗାଡ଼ି ଚାଳକ। ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡ଼ି ରହେ ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି। ଏଭଳି ସ୍ଥିତିରେ ପୁଲିସର ପଦକ୍ଷେପକୁ ଅପେକ୍ଷା କରାଯାଇଛି।
ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକ ଦୁଷ୍କର୍ମ କରିଥିବା ଅଭିଯୋଗ । ଦୁଷ୍କର୍ମ ପୀଡିତାଜଣକ ହସ୍ପିଟାଲରେ ଭର୍ତ୍ତି
Advertisment
Follow Us