ବସ୍ ଚଳାଇବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ୭୦ ପର୍ଯ୍ୟଟକ । ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱର ଆସିଥୁଲା ବସ୍ ।

558

କନକ ବ୍ୟୁରୋ: ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଅଳ୍ପକେ ବର୍ତ୍ତିଲେ ୭୦ପର୍ଯ୍ୟଟକ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସିଥିବା ବେଳେ ଅଧାରାସ୍ତାରେ ଚାଲିଗଲା ବଙ୍ଗୀୟ ଡ୍ରାଇଭରଙ୍କ ଜୀବନ । ଅଳ୍ପକେ ବର୍ତ୍ତିିର୍ଲେ ବସରେ ଥିବା ଯାତ୍ରୀ । ନୀଳଗିରିର ପାଟପୁର ଛକରେ ଘଟିଛି ଏପରି ଘଟଣା ।

ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଶେଖ୍ ଅଖତର ବୋଲି ଜଣାପଡ଼ିଛି । ହାୱଡାରୁ ୭୦ଜଣ ପର୍ଯ୍ୟଟକଙ୍କୁ ନେଇ ନସ୍କର ଟ୍ରାଭେଲ୍ସର ଏକ ଭଲଭୋ ବସ୍ ଓଡ଼ିଶା ଆସିଥିଲା । ପଞ୍ଚଲିଙ୍ଗେଶ୍ୱର ପୀଠକୁ ଆସୁଥିବା ସମୟରେ ପୀଟପୁର ଛକ ନିକଟରେ ହଠାତ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଥିଲା । ବସ୍ ଡ୍ରାଇଭର ଜଣକ ହୃଦଘାତର ଶିକାର ହୋଇଥିଲେ । ବସଟିକୁ ତୁରନ୍ତ ରାସ୍ତାକଡ଼ରେ ଠିଆ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଅଂଚଳର ଜଣେ ଡ୍ରାଇଭର ବସଟିକୁ ପଞ୍ଚଲିଙ୍ଗେଶ୍ୱର ପୀଠକୁ ନେଇଥିଲେ ।