କନକ ବ୍ୟୁରୋ : ମଦ ପିଇ ନିଶାସକ୍ତ ଅବସ୍ଥାରେ ଡ୍ରାଇଭର ବସ୍ ଚଲାଉଥିବାରୁ ୪୦ ହଜାର ୫ଶହ ଟଙ୍କାର ଫାଇନ କାଟିଲା ପୁରୀ ଆରଟିଓ । ଡ୍ରାଇଭରଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲା, ପରମିଟ ନଥିବା ସତ୍ୱେ ବସରେ ଯାତ୍ରୀଙ୍କୁ ନେଇ ପୁରୀ ଆସିଥିବାରୁ ଚାଲାଣ କଟିଛି ।
ବସଟି ବାଲେଶ୍ୱର ସହଦେବଖୁଂଟା ଅଂଚଳର । ବସ ମାଲିକଙ୍କ ନାମ ବିନୋଦ କୁମାର ପେରିୱାଲ, ଡ୍ରାଇଭରଙ୍କ ନାମ ସାହୱାଜ ଖାନ ବୋଲି ଜଣାପଡିଛି । ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ପାଇଁ ଅନେକ ସମୟରେ ଦୁର୍ଘଟଣା ହେଉଛି । ତେଣୁ ନିଶାସକ୍ତ ଅବସ୍ଥାରେ ଗାଡି ନ ଚଲାଇବାକୁ ବାରମ୍ବାର ସଚେତନ କରାଯାଉଛି । ଏପରିକି ନିଶାସକ୍ତ ଡ୍ରାଇଭରଙ୍କୁ ଧରିଲେ ମୋଟା ଅଙ୍କର ଫାଇନ ମଧ୍ୟ କଟାଯାଉଛି । ରାତିରେ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଚେକିଂ କରାଯାଉଛି । ଏହାସତ୍ତେ୍ୱ ମଧ୍ୟ କିଛି ଗାଡିଚାଳକ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Screen-Shot-2023-06-08-at-8.21.54-AM.jpg)