ରାଜଧାନୀରେ କିଲର କାରକୁ ନେଇ ଚା ଞ୍ଚଲ୍ୟ । ଭୁବନେଶ୍ୱର ପଟିଆରେ ସ୍କୁଟିକୁ କାର ୨ କିଲୋମିଟର ଘୋଷାଡି ନେବା ଘଟଣାରେ ଚାଳକ ଅଟକ ।

103

କନକ ବ୍ୟୁରୋ: ପଟିଆ ରୟାଲିଟି ଛକର କିଲର କାର । ଦୁର୍ଘଟଣା ଘଟାଇ ଫିଲ୍ମ ଷ୍ଟାଇଲରେ ସ୍କୁଟିକୁ ଦୁଇ କିଲୋମିଟରରୁ ଅଧିକ ବାଟ ଯାଏଁ ଭିଡିନେଲା ଏହି କାର । ୟୁପି ନମ୍ବର ଥିବା ଏକ ହୋଣ୍ଡା କାର ଏକ ସ୍କୁଟିକୁ ଘୋଷାଡି ନେଉଥିବାର ଭିଡିଓ ଦେଖିବାକୁ ମିଳିଛି । କାରଟି ୨ଜଣ ବ୍ୟକ୍ତିଙ୍କୁ ଦୁର୍ଘଟଣା ଘଟାଇବା ପରେ ସ୍ପିଡରେ ଏକ ସ୍କୁଟିକୁ ଘୋଷାଡି ନେଇଥିଲା । ବାଟରେ ଉକ୍ତ କାରକୁ ଦେଖି ଲୋକମାନେ ଜୀବନ ବିକଳରେ ରାସ୍ତାରୁ ପାଖେଇ ଯାଇଥିଲେ । ଗାଡିରୁ ନିଆଁ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଛି ।